ମୁମ୍ବାଇ ମହାରାଷ୍ଟ୍ରରେ ରେକର୍ଡ ଭାଙ୍ଗିଲା କୋରୋନା । କୋରୋନା ଆକ୍ରାନ୍ତଙ୍କ ଦ୍ରୁତ ଗତିରେ ବଢୁଥିବା ଦେଖି ମହାରାଷ୍ଟ୍ର ସରକାର ମେ 31 ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ମାତ୍ର 24 ଘଣ୍ଟାରେ ମହାରାଷ୍ଟ୍ରରେ 2347 ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇ ମହାରାଷ୍ଟ୍ରରେ କୋରୋନା ରେକର୍ଡ ଭାଙ୍ଗିଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ ଏବେସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 33,053 କୁ ବୃଦ୍ଧି ପାଇଛି । ଏହା ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନର ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ଅଟେ ।
ମହାରାଷ୍ଟ୍ରରେ ରେକର୍ଡ ଭାଙ୍ଗିଲା କୋରୋନା,24 ଘଣ୍ଟାରେ ସର୍ବାଧିକ 2347 ଆକ୍ରାନ୍ତ ଚିହ୍ନଟ - maharastra coroa upadate
24 ଘଣ୍ଟାରେ ମହାରାଷ୍ଟ୍ରରେ 2347 ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇ ମହାରାଷ୍ଟ୍ରରେ କୋରୋନା ରେକର୍ଡ ଭାଙ୍ଗିଛି । ଏହାକୁ ମିଶାଇ ମହାରାଷ୍ଟ୍ରରେ ଏବେସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 33,053 କୁ ବୃଦ୍ଧି ପାଇଛି । ଏହା ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନର ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ଅଟେ ।
ମହାରାଷ୍ଟ୍ରରେ ରେକର୍ଡ ଭାଙ୍ଗିଲା କୋରୋନା
ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଏକ ବିବୃତ୍ତି ଅନୁଯାୟୀ, ରବିବାର ମହାରାଷ୍ଟ୍ରରେ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ରେକର୍ଡ ଭାଙ୍ଗିଛି । ମହାରାଷ୍ଟ୍ରରେ 24 ଘଣ୍ଟାରେ 63 ଆକ୍ରାନ୍ତଙ୍କର ମତ୍ୟୁ ହୋଇଥିବା ବେଳେ କେବଳ ମୁମ୍ବାଇରେ 24 ଘଣ୍ଟାରେ 1595 ଆକ୍ରାନ୍ତ ଚିହ୍ନଟ ସହ 38 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ପ୍ରକାଶ ଥାଉକି, ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା 33053 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1198 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 33,053 କୁ ବୃଦ୍ଧି ପାଇଛି।