ନୂଆଦିଲ୍ଲୀ: ଦେଶରେ ଲକଡାଉନ ଲାଗୁ ହେବା ପର ଠାରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଟାର୍ଗେଟ କରିଆସୁଛନ୍ତି । ଲକଡାଉନ କାରଣରୁ ଦେଶରେ ଆର୍ଥିକ ସ୍ଥିତି ଭୁଶୁଡି ପଡିଥିବା ନେଇ ବାରମ୍ବାର କେନ୍ଦ୍ରକୁ ସମାଲୋଚନା କରୁଛନ୍ତି ରାହୁଲ । ଆଜି ଲକଡାଉନ ପ୍ରକ୍ରିୟା ଏକ ’ଲୋକ ବିରୋଧୀ ବିପର୍ଯ୍ୟୟ ପ୍ଲାନ’ ବୋଲି କହିଛନ୍ତି କଂଗ୍ରେସ ନେତା ।
ସରକାରଙ୍କ ଅଘୋଷିତ ଲକଡାଉନ ଯୋଗୁଁ ସର୍ବାଧିକ ଅଣସଙ୍ଗଠିତ ସେକ୍ଟର ପ୍ରଭାବିତ ହୋଇଛନ୍ତି । ଦେଶର ଆର୍ଥିକ ସ୍ଥିତି ସଙ୍କଟକୁ ଠେଲି ହୋଇଯାଇଛି । ରାହୁଲ ଗାନ୍ଧୀ ତାଙ୍କର ’ଆର୍ଥିକ ସ୍ଥିତି କି ବାତ’ର ଏକ ଭିଡିଓ ସେୟାର କରି ଟ୍ବିଟ କରି କହିଛନ୍ତି, ସରକାରଙ୍କ ଅଚାନକ ଲକଡାଉନ ଅଣ ସଙ୍ଗଠିତ ବର୍ଗର ପାଇଁ ମୃତ୍ୟୁଦଣ୍ଡ ବୋଲି ପ୍ରମାଣିତ ହୋଇଛି ବୋଲି କହିଛନ୍ତି । 21 ଦିନରେ କୋରୋନା ଶେଷ କରିବାକୁ ପ୍ରତିଜ୍ଞା କରିଥିଲେ, କିନ୍ତୁ ଆଜି କୋଟି କୋଟି ରୋଜଗାର ଓ ଛୋଟ ଉଦ୍ୟୋଗୀ ବୁଡିବାକୁ ବସିଛି ।
ସେ ସରକାରଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି, କେନ୍ଦ୍ର ସରକାର ସିଧାସଳଖ ଅଣସଙ୍ଗଠିତ ବର୍ଗଙ୍କୁ ପ୍ରଭାବିତ କରିଛନ୍ତି । ଛୋଟ ଓ ମଧ୍ୟମ ଶ୍ରେଣୀ ବ୍ୟବସାୟୀ ତଥା ଦୈନିକ ମଜୁରୀ ଯେଉଁମାନେ ଖଟିଲେ ତାଙ୍କ ପେଟକୁ ଦାନାକୁ ଯାଏ । ହେଲେ ସରକାର ସେମାନଙ୍କ କଥା ଚିନ୍ତା କରିବା ପୂର୍ବରୁ ହଠାତ୍ ଲକଡାଉନ କରି ତାଙ୍କ ଉପରେ ଆକ୍ରମଣ କରିଛନ୍ତି ।