ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 4213 କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 67152କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 2206ରେ ପହଞ୍ଚିଛି ।
ଦେଶର 24 ଘଣ୍ଟାରେ 4213 କୋରୋନା ପଜିଟିଭ, 67 ହଜାର ଟପିଲା ପଜିଟିଭ ସଂଖ୍ୟା - 67 ହଜାର ଟପିଲା ପଜିଟିଭ ସଂଖ୍ୟା
10:30 May 11
ଦେଶର 24 ଘଣ୍ଟାରେ 4213 କୋରୋନା ପଜିଟିଭ, 67 ହଜାର ଟପିଲା ପଜିଟିଭ ସଂଖ୍ୟା
ସେହିପରି ବର୍ତ୍ତମାନ ସୁଦ୍ଧା 44029 ଜଣ ଚିକିତ୍ସିତ ହେଉଥିବା ବେଳେ 20917 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 22171 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ଗୁଜୁରାଟରେ 8194 , ଦିଲ୍ଲୀରେ 6923 , ତାମିଲନାଡୁରେ 7204, ରାଜସ୍ଥାନରେ 3814 , ମଧ୍ୟପ୍ରଦେଶରେ 3614, ଉତ୍ତରପ୍ରଦେଶରେ 3467 , ଆନ୍ଧ୍ରପ୍ରଦେଶରେ 1980, ତେଲେଙ୍ଗାନା 1196, କର୍ଣ୍ଣାଟକରେ 848, କେରଳରେ 512 ଓ ଓଡିଶାରେ 391 ରହିଛି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 832 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 493, ମଧ୍ୟପ୍ରଦେଶରେ 215, ଦିଲ୍ଲୀରେ 73, ଆନ୍ଧ୍ରପ୍ରଦେଶରେ 44, ତାମିଲନାଡୁରେ 45, କର୍ଣ୍ଣାଟକରେ 31 ଓ ତେଲେଙ୍ଗାନାରେ 30 ଜଣଙ୍କ ମୃତ୍ୟୁ ହୋଇଛି ।