ଓଡିଶା

odisha

ETV Bharat / bharat

ଭାରତରେ ଲମ୍ବିଛି କୋରୋନା ଚେର, 24 ଘଣ୍ଟାରେ 9,851 ରେକର୍ଡ ସଂଖ୍ୟକ ଆକ୍ରାନ୍ତ - corona virus

ହୁ ହୁ ହୋଇ ବଢିଚାଲିଛି ଭାରତରେ କୋରୋନା ମୃତ୍ୟୁସଂଖ୍ୟା24 ଘଣ୍ଟାରେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 9,851 ରେ ପହଁଞ୍ଚି ଥିବା ବେଳେ ମୃତକଙ୍କ ସଂଖ୍ୟା 273 ଛୁଇଁଛି।

ଭାରତରେ ଲମ୍ବଛି କୋରୋନା ଚେର, 24 ଘଣ୍ଟାରେ 9,851 ରେକର୍ଡ ସଂଖ୍ୟକ ଆକ୍ରାନ୍ତ
ଭାରତରେ ଲମ୍ବଛି କୋରୋନା ଚେର, 24 ଘଣ୍ଟାରେ 9,851 ରେକର୍ଡ ସଂଖ୍ୟକ ଆକ୍ରାନ୍ତ

By

Published : Jun 5, 2020, 10:53 AM IST

ନୂଆଦିଲ୍ଲୀ: ହୁ ହୁ ହୋଇ ବଢିଚାଲିଛି ଭାରତରେ କୋରୋନା ମୃତ୍ୟୁସଂଖ୍ୟା। ଅଦୃଶ୍ୟ ଭାଇରସର କରାଳ କୋପରେ ଅଣନିଶ୍ବାସୀ ଦେଶବାସୀ। ଲକଡାଉନ ସାମାନ୍ୟ କୋହଳ ହେବାର ଗତ କିଛିଦିନ ମଧ୍ୟରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ବାହାରୁଛନ୍ତି। ଏହାସହ ତାଳ ଦେଇ ବଢି ଚାଲିଛି ମଧ୍ୟ ମୃତ୍ୟୁସଂଖ୍ୟା।

ଗତ 24 ଘଣ୍ଟାରେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 9,851 ରେ ପହଁଞ୍ଚି ଥିବା ବେଳେ ମୃତକଙ୍କ ସଂଖ୍ୟା 273 ଛୁଇଁଛି। ଯାହାକୁ ମିଶାଇ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2,26,770ରେ ପହଁଞ୍ଚିଛି। ଏହାସହ ଦେଶରେ ସକ୍ରିୟ ମାମଲା 1,10,960ରେ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଖବର ଥାଉକି, ସ୍ବାସ୍ଥ୍ୟମନ୍ତ୍ରଣାଳୟର କହିବା ଅନୁସାରେ ଏବେ ସୁଦ୍ଧା 1,09,462 ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ 6,348 ଜଣ ମୃତ୍ୟୁବରଣ କରିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ 77,793 ପଜିଟିଭ୍ ମାମଲା ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ 41,402 ସକ୍ରିୟ ମାମଲା ରହିଛି। ସେହିପରି ତାମିଲନାଡୁର 27,254 ଏବେ ସୁଦ୍ଧା ମାମଲା ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ 25,004 କୋରୋନା ଭାଇରସ ମାମଲା ରହିଛି।

ABOUT THE AUTHOR

...view details