ଓଡିଶା

odisha

By

Published : Aug 23, 2020, 4:24 PM IST

ETV Bharat / bharat

ଦେଶରେ 3.5 କୋଟି ଟପିଲା କୋରୋନା ଟେଷ୍ଟିଂ ସଂଖ୍ୟା

ପ୍ରତିଦିନ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଦେଶରେ ପ୍ରତିଦିନ 8 ଲକ୍ଷରୁ ଅଧିକ କୋରୋନା ନମୁନା ପରୀକ୍ଷା କରାଯାଉଛି । ଫଳରେ ବର୍ତ୍ତମାନ ସୁଦ୍ଧା ଦେଶର ମୋଟ ଟେଷ୍ଟିଂ ସଂଖ୍ୟା 3.5 କୋଟିରୁ ଅଧିକ ହୋଇଛି । ତେବେ ଗତ 24 ଘଣ୍ଟା ମଧ୍ୟରେ ଟେଷ୍ଟ ପର ମିଲିୟନ(ଟିପିଏମ) 25 ହଜାର 5ଶହ 74 ରହିଛି । ଅଧିକ ପଢନ୍ତୁ...

ଦେଶରେ 3.5 କୋଟି ଟପିଲା କୋରୋନା ଟେଷ୍ଟିଂ ସଂଖ୍ୟା
ଦେଶରେ 3.5 କୋଟି ଟପିଲା କୋରୋନା ଟେଷ୍ଟିଂ ସଂଖ୍ୟା

ନୂଆଦିଲ୍ଲୀ: ପ୍ରତିଦିନ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଦେଶରେ ପ୍ରତିଦିନ 8 ଲକ୍ଷରୁ ଅଧିକ କୋରୋନା ନମୁନା ପରୀକ୍ଷା କରାଯାଉଛି । ଫଳରେ ବର୍ତ୍ତମାନ ସୁଦ୍ଧା ଦେଶର ମୋଟ ଟେଷ୍ଟିଂ ସଂଖ୍ୟା 3.5 କୋଟିରୁ ଅଧିକ ହୋଇଛି । ତେବେ ଗତ 24 ଘଣ୍ଟା ମଧ୍ୟରେ ଟେଷ୍ଟ ପର ମିଲିୟନ(ଟିପିଏମ) 25 ହଜାର 5ଶହ 74 ରହିଛି ।

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 8 ଲକ୍ଷ 1 ହଜାର 1ଶହ 47ଟି ଟେଷ୍ଟ କରାଯାଇଥିବା ଫଳରେ ମୋଟ କୋରୋନା ଟେଷ୍ଟ ସଂଖ୍ୟା 3କୋଟି 52 ଲକ୍ଷ 92 ହଜାର 3ଶହ 20ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପରୀକ୍ଷା କେନ୍ଦ୍ର ଗୁଡିକରେ ଉନ୍ନତମାନର ପରୀକ୍ଷଣ ପ୍ରକ୍ରିୟା ପ୍ରୟୋଗ କରାଯିବା ଫଳରେ ପ୍ରତିଦିନର ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ଏହାଦ୍ବାରା ମଧ୍ୟ ପ୍ରତିଦିନର ହାରାହାରି ପଜିଟିଭ ରେଟ କମିଥିବା ସୂଚନା ଦିଆଯାଇଛି ।

@ANI

ABOUT THE AUTHOR

...view details