ହାଇଦ୍ରାବାର : କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅତ୍ୟାଧୁନିକ ଥର୍ମାଲ ସ୍କାନର୍ର ବ୍ୟବସ୍ଥା କରାଯାଇଛି । ଏଣିକି ହାଇଦ୍ରାବାଦ ବିମାନବନ୍ଦରରେ ସାମୁହିକ ଯାତ୍ରୀଙ୍କ ଜ୍ବର ପରୀକ୍ଷା ହୋଇପାରିବ । ଜ୍ୱରରେ ପୀଡିତ ଏକାଧିକ ବ୍ୟକ୍ତିଙ୍କୁ ଏକତ୍ର ଚିହ୍ନଟ କରିବା ପାଇଁ ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ମାସ ଫିଭର ସ୍କ୍ରିନିଂ ସିଷ୍ଟମ ଲଗାଯାଇଛି। ଏହା ୟୁନିସେଫ୍ ଦ୍ୱାରା ଅନୁଦାନ ପ୍ରାପ୍ତ । ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ରବିବାର ଘୋଷଣା କରିଛନ୍ତି।
ହାଇଦ୍ରାବାଦ ବିମାନ ବନ୍ଦରରେ ଲାଗିଲା ମାସ ଫିଭର ସ୍କ୍ରିନିଂ ସିଷ୍ଟମ - ମାସ ଫିଭର ସ୍କ୍ରିନିଂ ସିଷ୍ଟମ
ଏଣିକି ହାଇଦ୍ରାବାଦ ବିମାନବନ୍ଦରରେ ସାମୁହିକ ଯାତ୍ରୀଙ୍କର ଜ୍ବର ପରୀକ୍ଷା ହୋଇପାରିବ । ଜ୍ୱରରେ ପୀଡିତ ଏକାଧିକ ବ୍ୟକ୍ତିଙ୍କୁ ଏକତ୍ର ଚିହ୍ନଟ କରିବା ପାଇଁ ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ମାସ ଫିଭର ସ୍କ୍ରିନିଂ ସିଷ୍ଟମ ଲଗାଯାଇଛି।
ଏହି ନୂତନ ଥର୍ମାଲ୍ ସ୍କାନର୍ ଶରୀରରେ ଉତ୍ତାପ ଥିବା ଲୋକଙ୍କୁ ସ୍କାନିଂ କରିବା ସହ ସେମାନଙ୍କୁ ଚିହ୍ନଟ କରିବ ଏବଂ ଟ୍ରାକିଂ କରିବ । କୌଣସି ମାନବ ହସ୍ତକ୍ଷେପ ବିନା ସିଷ୍ଟମ ସ୍ୱୟଂଚାଳିତ ଭାବରେ ଆଖପାଖର ତାପମାତ୍ରା ଅଧିକ ଥିବା ଯାତ୍ରୀମାନଙ୍କୁ ଚିହ୍ନଟ କରିବ । ଏଥିରେ ଇଣ୍ଟୁଇଟିଭ୍ ୟୁଜର୍ ଇଣ୍ଟରଫେସ୍ ଏବଂ ଡୁଆଲ୍-ଡିସପ୍ଲେ (ଡେ କ୍ୟାମେରା + ଇନଫ୍ରା-ରେଡ୍) ଫିଚର ରହିଛି । ଯାହା ସ୍କାନର୍ ଅପରେସନକୁ ସରଳ କରିବ ଏବଂ ତାପମାତ୍ରା ଅଧିକ ଥିବା ଯାତ୍ରୀମାନଙ୍କୁ ସହଜ ଚିହ୍ନଟ କରିବ । ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ସହିତ ସମନ୍ୱୟ ରକ୍ଷା କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିମାନ ବନ୍ଦରକୁ ଏହି ଅତ୍ୟାଧୁନିକ ଥର୍ମାଲ ସ୍କାନର ଯୋଗାଇ ଦେଇଛି ଯାହା ୟୁନିସେଫ ଦ୍ୱାରା ଅନୁଦାନ ପ୍ରାପ୍ତ ।
ତେବେ ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଇଛନ୍ତି । ବିମାନବନ୍ଦରର ସିଇଓ କହିଛନ୍ତି, ଏହି ସୁବିଧା ସହିତ ବିମାନ ବନ୍ଦରରେ ସେବା କରୁଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟ ସହଜ ହେବ । ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦରେ ବନ୍ଦେ ଭାରତ ମିଶନ ଅଧୀନରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଆଗମନ ଜାରି ରହିଛି । ତେବେ ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀ ବିମାନବନ୍ଦର ପହଞ୍ଚିବା ପରେ ବାଧ୍ୟତାମୂଳକ ଭାବରେ ସ୍ୱାସ୍ଥ୍ୟ ପରୀକ୍ଷଣ କରାଉଛନ୍ତି ।