ଓଡିଶା

odisha

ETV Bharat / bharat

ଇନଭେଷ୍ଟିଗେସେନାଲ ଥେରାପି ଔଷଧର ସମାନ ବଣ୍ଟନ ପାଇଁ ଡିସିଜିଆଇକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ

କୋରୋନା ପାଇଁ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟକଲରେ ଇନଭେଷ୍ଟିଗେସେନାଲ ଥେରାପିର ଅଂଶ ଭାବରେ ଅନ୍ତର୍ଭୁକ୍ତ ଔଷଧର ସମାନ ବଣ୍ଟନକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଡିସିଜିଆଇକୁ ନିର୍ଦ୍ଦେଶ ଦେଇଛି ।

By

Published : Jul 29, 2020, 7:39 PM IST

health ministry
ଇନଭେଷ୍ଟିଗେସେନାଲ ଥେରାପି ଔଷଧର ସମାନ ବଣ୍ଟନକୁ ପାଇଁ ଡିସିଜିଆଇକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ:କୋରୋନା ପାଇଁ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟକଲରେ ଇନଭେଷ୍ଟିଗେସେନାଲ ଥେରାପିର ଅଂଶ ଭାବରେ ଅନ୍ତର୍ଭୁକ୍ତ ଔଷଧର ସମାନ ବଣ୍ଟନକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଡିସିଜିଆଇକୁ ନିର୍ଦ୍ଦେଶ ଦେଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ, ଅରୁଣାଚଳ ପ୍ରଦେଶ, ଦାଦ୍ରା ନଗର ହାବେଳୀ ଓ ଡାମନ ଡିଉ ଇନଭେଷ୍ଟିଗେସେନାଲ ଥେରାପି ଔଷଧର ଆବଶ୍ୟକତା ବିଷୟରେ ମନ୍ତ୍ରଣାଳୟକୁ ସୂଚନା ଦେବା ପରେ ଏହି ପଦକ୍ଷେପ ନିଆଯାଇଛି।

ଡିସିଜିଆଇର ହସ୍ତକ୍ଷେପ ଦ୍ୱାରା ଛୋଟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଇନଭେଷ୍ଟିଗେସେନାଲ ଥେରାପି ଅଧୀନରେ ପର୍ଯ୍ୟାପ୍ତ ପରିମାଣର ଔଷଧ ଯୋଗାଇ ଦିଆଯାଇଥିଲା ବୋଲି ଅଧିକାରୀ କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଡିସିଜିଆଇଙ୍କୁ ଲେଖିଥିବା ଏକ ଚିଠିରେ ଦର୍ଶାଯାଇଛି ଯେ, ମୋତେ ଏହା କହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଯେ, ଉପଲବ୍ଧତା ବ୍ୟତୀତ କୋରୋନା ପାଇଁ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲରେ ଇନଭେଷ୍ଟିଗେସନାଲ ଥେରାପିକୁ ଚିକିତ୍ସାର ଅଂଶ ଭାବରେ ଅନ୍ତର୍ଭୁକ୍ତ ଔଷଧର ଭୌଗୋଳିକ ବଣ୍ଟନ କିମ୍ବା ପହଞ୍ଚାଇବା ସୁନିଶ୍ଚିତ କରିବା ଆବଶ୍ୟକ ରହିଛି ।

ABOUT THE AUTHOR

...view details