ଓଡିଶା

odisha

ETV Bharat / bharat

ମେ 17 ଯାଏଁ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ - suspends flights till may 17

ଲକଡାଉନ ପାର୍ଟ-3 । ବାତିଲ ହେଲା ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ଯାତ୍ରୀ ବିମାନ ସେବା । ମେ 17 ମଧ୍ୟରାତ୍ରୀ ଯାଏଁ ଜାରି ରହିବ କଟକଣା । ଅଧିକ ପଢନ୍ତୁ...

covid-19 govt suspends domestic international flights till may 17
ମେ 17 ଯାଏଁ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ : ଡିଜିଏସ

By

Published : May 2, 2020, 9:31 PM IST

ନୂଆଦିଲ୍ଲୀ: ଲକଡାଉନ ଅବଧି ବଢିବା ପରେ ରଦ୍ଦ ହେଲା ଯାତ୍ରୀ ବିମାନ ସେବା । ମେ 17 ମଧ୍ୟରାତ୍ରୀ ଯାଏଁ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡାଣ ବାତିଲ କରାଯାଇଛି । ଶନିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଡିଜିସିଏ ଏକ ସର୍କୁଲାରରେ କହିଛି ଯେ, ‘‘ଅନ୍ତର୍ଜାତୀୟ ଓ ଘରୋଇ ବିମାନ କମ୍ପାନୀ ଭାରତରୁ ଅନ୍ୟ ଦେଶ କିମ୍ବା ଅନ୍ୟ ଦେଶରୁ ଭାରତକୁ ତଥା ଭାରତରେ ଘରୋଇ ଉଡାଣ ପରିଚାଳନା ପୁଣି ଆରମ୍ଭ କରିବା ନେଇ ସେମାନଙ୍କୁ ଉଚିତ ସମୟରେ ସୂଚିତ କରାଯିବ ।

କୋରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏଥିସହ ସମସ୍ତ ଯାତ୍ରୀ ବିମାନ ସେବାକୁ ମଧ୍ୟ ବନ୍ଦ କରାଯାଇଛି । ତେବେ ମେ 3 ରେ ଲକଡାଉନ ଶେଷ ହେବାକୁ ଥିବା ବେଳେ ଶୁକ୍ରବାର ପୁଣି ଗୃହ ମନ୍ତ୍ରାଣଳୟ ପକ୍ଷରୁ ଏହି ଅବଧିକୁ ମେ 17 ଯାଏଁ ବୃଦ୍ଧି କରାଯାଇଛି ।

ତେବେ କାର୍ଗୋ ଉଡାଣ, ଚିକିତ୍ସା ସାମଗ୍ରୀ ସମ୍ଭନ୍ଧୀୟ ଉଡାଣ ଓ ଡିଜିଏସ ସ୍ବୀକୃତ ବିଶେଷ ଉଡାଣ ସଞ୍ଚାଳନ ପାଇଁ ଅନୁମତି ରହିଛି ।

ABOUT THE AUTHOR

...view details