ଓଡିଶା

odisha

କୋରୋନା ଭୟ: ଗୋଆରେ ଆଉ 3 ଦିନକୁ ବୃଦ୍ଧି ଜନତା କର୍ଫ୍ୟୁ

By

Published : Mar 23, 2020, 2:08 PM IST

ସମଗ୍ର ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟରେ ଜନତା କର୍ଫ୍ୟୁର ଅବଧିକୁ 3 ଦିନ ବୃଦ୍ଧି କରିଛନ୍ତି ।

corona upadate
ଗୋଆରେ ଆଉ 3 ଦିନ ଜନତା କର୍ଫ୍ୟୁ ଅବଧି ବୃଦ୍ଧି

ପାଣାଜୀ: ସମଗ୍ର ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଏହି କ୍ରମରେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 415ରେ ପହଞ୍ଚିଛି । ତେବେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟରେ ଜନତା କର୍ଫ୍ୟୁର ଅବଧିକୁ 3 ଦିନ ବୃଦ୍ଧି କରିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ ବୋଲି ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ୍ ରାଣେ କହିଛନ୍ତି । ପ୍ରକାଶ ଥାଉକି, ପ୍ରକାଶ ଥାଉକି, ସମଗ୍ର ବିଶ୍ବ ଏବେ କୋରୋନା କବଳରେ । ବିଶ୍ବର ପାଖାପାଖି 3 ଲକ୍ଷରୁ ଉର୍ଦ୍ଧ୍ବ ଲୋକେ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 12000 ଉର୍ଦ୍ଧ୍ବ ଲୋକେ ଏହି ମାରାତ୍ମକ ଭାଇରସ କାରଣରୁ ମୃତ୍ୟୁବରଣ କରିସାରିଲେଣି ।

ABOUT THE AUTHOR

...view details