ଓଡିଶା

odisha

ETV Bharat / bharat

ବିଶ୍ବକୁ ବଦଳାଇଦେଇଛି କୋଭିଡ 19

ପୂର୍ବରୁ ଯେପରି ଲୋକଙ୍କ ଜୀବନଶୈଳୀ ଥିଲା ସେଥିରେ ଅନେକ ପରିବର୍ତ୍ତନ ଆସିଛି । ଏହି ବିପତ୍ତିରୁ ଲୋକେ ବହୁତ କିଛି ଶିଖିଛନ୍ତି ମଧ୍ୟ । ଅଧିକ ପଢନ୍ତୁ...

By

Published : Apr 21, 2020, 6:39 AM IST

ବିଶ୍ବକୁ ବଦଳାଇଦେଇଛି କୋଭିଡ 19
ବିଶ୍ବକୁ ବଦଳାଇଦେଇଛି କୋଭିଡ 19

ହାଇଦ୍ରାବାଦ: କୋଭିଡ 19 ବିରୋଧରେ ସାରା ବିଶ୍ବ ଏକାଠି ହୋଇଛି । କୌଣସି ଦେଶ ବି ଏହା କବଳରୁ ବର୍ତ୍ତି ନାହାନ୍ତି । ବିପଦ ସମୟରେ ପରସ୍ପରର ସାଥ ଦେଇଛନ୍ତି ସମସ୍ତ ଦେଶ । ଦିନ ଥିଲା ଯିଏ ଅନ୍ୟ ସହ କୌଣସି ପ୍ରକାର ସମ୍ପର୍କ ରଖୁନଥିଲା, ଆଜି ତାହା ସହ ଏକାଠି ହୋଇଛି । ଗୋଟିଏ ମହାମାରୀ ସାରା ବିଶ୍ବକୁ ଏକାଠି କରିଦେଇଛି । ଏହାସହ ଲୋକଙ୍କ ଚିନ୍ତାଧାରା ଓ ଭାବନାକୁ ମଧ୍ୟ କୋରୋନା ବଦଳାଇଦେଇଛି ।

ପୂର୍ବରୁ ଯେପରି ଲୋକଙ୍କ ଜୀବନଶୈଳୀ ଥିଲା ସେଥିରେ ଅନେକ ପରିବର୍ତ୍ତନ ଆସିଛି । ଏହି ବିପତ୍ତିରୁ ଲୋକେ ବହୁତ କିଛି ଶିଖିଛନ୍ତି ମଧ୍ୟ । ଅଳ୍ପ ଲୋକଙ୍କ ଉପସ୍ଥିତିରେ ଉତ୍ସବ ପାଳନ କରିବାର ଏକ ନୂଆ ସଂସ୍କୃତି ଏହି ଭୂତାଣୁ ଶିଖାଇ ଦେଇଛି । ଲକଡାଉନ ଓ ସାମାଜିକ ଦୂରତ୍ବ ଯୋଗୁଁ ଲୋକେ ନିଜ ଘରେ ଏକପ୍ରକାର ବନ୍ଦୀ ହୋଇ ରହିଛନ୍ତି । ଫଳରେ ବିଭିନ୍ନ ଛୋଟ ବଡ ଉତ୍ସବ ପରିବାର ଲୋକଙ୍କ ସହ ହିଁ ପାଳନ କରୁଛନ୍ତି । ସେଲିବ୍ରେସନରେ ବି କେବଳ ପରିବାର ଓ ଘରଲୋକଙ୍କ ଗହଣରେ ପାଳିତ ହେଉଛି । ଏହାସହ କେକ୍, ଡ୍ରିଙ୍କସ, ଖାନା ସବୁକିଛି ଘରେ ତିଆରି ହେଉଛି । ବାହାର ଖାଦ୍ୟର ପ୍ରଶ୍ନ ହିଁ ଉଠୁନି । ଲୋକେ ନିଜେ ସବୁ କିଛି କରିବା ଶିଖିଯାଇଛନ୍ତି ।

ସମସ୍ତେ ଏକାଠି ଅଛନ୍ତି । ସବୁ କାମ ମିଳିମିଶି କରୁଛନ୍ତି । ଘରେ ଯେଉଁ କାମରେ ହାତ ଦେଉନଥିଲେ ଆଜି ସମସ୍ତେ ସେହି କାମ ବାରମ୍ବାର କରୁଛନ୍ତି । କାମ ବାଣ୍ଟିଦେବା ଦ୍ବାରା ସବୁ କିଛି ଶିଘ୍ର ହୋଇଯାଉଛି । ଫଳରେ ଅନେକ ସମୟ ବଳୁଛି । ପରିବାରଲୋକଙ୍କ ସହ ଅଧିକ ସମୟ ବିତୁଛି । ଘରଦ୍ବାର ଓ ପାଖ ପରିବେଶ ସବୁବେଳେ ସଫା, ପରିଷ୍କାର ରହୁଛି । ଲୋକେ ଏହି ବିପଦ ସମୟର ଗୋଟିଏ କଥାକୁ ଅନେକ ଗୁରୁତ୍ବ ଦେଉଛନ୍ତି ତାହା ହେଉଛି ସମ୍ପର୍କ । ଆଉ ଗୋଟିଏ କଥା ଏବେ ସପିଂ ମଲ ବଦଳରେ ଅନଲାଇନ ପୋର୍ଟାଲ ସମସ୍ତଙ୍କ ପସନ୍ଦ ପାଲଟିଛି । ଘରେ ରହିବା ସବୁ ଲୋକଙ୍କୁ ଭଲ ଲାଗୁଛି ।

ସେହିପରି କୋରୋନା ଭୂତାଣୁ ପରୋକ୍ଷ ଭାବେ ଆଲକୋହଲ ଏବଂ ତମାଖୁ ସେବନ କମ କରିଦେଇଛି । ଲୋକେ ବାହାରକୁ ବାହାରୁ ନାହାନ୍ତି । ଦୋକାନ ବଜାର ବନ୍ଦ । ଏପରି ସାମଗ୍ରୀ କେଉଁଠୁ ପାଇବେ । ଅପରାଧ ଓ ଦୁର୍ଘଟଣାର ମାତ୍ରା ମଧ୍ୟ କମ ହୋଇଛି । ଭାରତରେ ତ ମାଓବାଦୀ ଅସ୍ତ୍ରବିରତି ଘୋଷଣା କରିଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରତି ତାଲିବାନ ସମର୍ଥନ ଘୋଷଣା କରିଛି । ସେହିପରି କିଛି ଦେଶରେ ଅପରାଧୀମାନେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି । ନିଜ ଡର ଦେଖାଇ ଲକଡାଉନ ପାଳିବାରେ ଜନତାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ବ୍ରାଜିଲରରେ ଲକଡାଉନକୁ କଡାକଡି ଭାବେ ଲାଗୁ କରିବାକୁ ବିଭିନ୍ନ ମାଫିଆ ଟିମ କାମ କରୁଛନ୍ତି । ହଙ୍ଗେରୀ, ଫିଲିପାଇନ୍ସ, କଲମ୍ବିଆ ଭଳି ରାଷ୍ଟ୍ରରେ ସରକାରଙ୍କ କାର୍ଯ୍ୟରେ ସେନାର ହସ୍ତକ୍ଷେପ ବଢିଛି ।

ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଅନେକ ଉପକାର କରିଛି । ଅନଲାଇନ ଶିକ୍ଷା ଖୁବ ଆଦୃତ ଲାଭ କରିଛି । ବିଭିନ୍ନ ସ୍କୁଲ ଓ କଲେଜ ମଧ୍ୟ ଏହାକୁ ଆପଣାଇଛନ୍ତି । ଏହି ସଙ୍କଟଜନକ ସ୍ଥିତିରେ ଗରିବ ଓ ଅସହାୟ ଲୋକଙ୍କ ସହାୟତା ପାଇଁ ସାଧାରଣ ଲୋକେ ଆଗେଇ ଆସୁଛନ୍ତି । ଲକଡାଉନ ଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ ନାଗରିକ ସଙ୍ଗଠନ ପାଣ୍ଠି ସଂଗ୍ରହ କରୁଛନ୍ତି । ଅଭାବୀ ଲୋକଙ୍କ ସହାୟତା ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥାର ମାଲିକ, କର୍ମଚାରୀ ସଙ୍ଘ ଏବଂ ବେସରକାରୀ ସଂସ୍ଥା ଦାନ କରୁଛନ୍ତି । ବିଭିନ୍ନ ସଙ୍ଗଠନ ପକ୍ଷରୁ ଭିକାରୀ, ଦିନ ମଜୁରିଆ ଏବଂ ବୁଲା କୁକୁରଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ବିଶ୍ବକୁ ଏକପ୍ରକାର ବଦଳାଇ ଦେଇଛି କୋଭିଡ 19 ।

ABOUT THE AUTHOR

...view details