ନୂଆଦିଲ୍ଲୀ: ପ୍ରଥମ ଥର ଦେଶରେ କୋରୋନା ମୃତ୍ୟୁ ହାର 2.5 ପ୍ରତିଶତରୁ ତଳକୁ ଖସିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିଶ୍ବରେ ସର୍ବନିମ୍ନ ମୃତ୍ୟୁହାରରେ ଭାରତ ପ୍ରଥମ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମାମଲା ଗୁଡିକର ଦକ୍ଷ କ୍ଲିନିକାଲ୍ ପରିଚାଳନା ଉପରେ ସରକାରଙ୍କ ଉଦ୍ୟମ ଯୋଗୁଁ କୋରୋନା ମୃତ୍ୟୁ ହାର 2.49 ପ୍ରତିଶତକୁ ହ୍ରାସ ପାଇଛି।
ମନ୍ତ୍ରଣାଳୟ କହିଛି, ପ୍ରଭାବଶାଳୀ କଣ୍ଟେନମେଣ୍ଟ ଷ୍ଟ୍ରାଟେଜୀ, ପରୀକ୍ଷଣ ଓ ହୋଲିଷ୍ଟିକ୍ ଷ୍ଟାଣ୍ଡାର୍ଡ ଅଫ୍ କେୟାର ଆଭିମୁଖ୍ୟ ଉପରେ ଆଧାରିତ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍ ସହିତ କୋରୋନା ମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଛି। କେନ୍ଦ୍ରର ମାର୍ଗଦର୍ଶନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ଓ ବେସରକାରୀ କ୍ଷେତ୍ରର ପ୍ରୟାସକୁ ମିଶାଇ ପରୀକ୍ଷା ଓ ଡାକ୍ତରଖାନାର ଭିତ୍ତିଭୂମି ବୃଦ୍ଧି କରାଯାଇଛି।