ଓଡିଶା

odisha

ETV Bharat / bharat

ମାର୍ଚ୍ଚ 22 ପରେ କମିଛି କୋଭିଡ-19 ମୃତ୍ୟୁହାର: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ - କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ଭାରତର କୋଭିଡ-19 ମୃତ୍ୟୁ ହାର 1.50 ପ୍ରତିଶତକୁ ଖସି ଆସିଛି, ଯାହା ମାର୍ଚ୍ଚ 22 ଠାରୁ ସର୍ବନିମ୍ନ ଅଟେ । ଅଧିକ ପଢନ୍ତୁ...

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

By

Published : Oct 26, 2020, 5:08 PM IST

ନୂଆଦିଲ୍ଲୀ: ଭାରତର କୋଭିଡ-19 ମୃତ୍ୟୁ ହାର 1.50 ପ୍ରତିଶତକୁ ଖସି ଆସିଛି, ଯାହା ମାର୍ଚ୍ଚ 22 ଠାରୁ ସର୍ବନିମ୍ନ ଅଟେ । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମାମଲା ଗୁଡିକର ପ୍ରଭାବଶାଳୀ କ୍ଲିନିକାଲ ପରିଚାଳନା ଉପରେ କେନ୍ଦ୍ର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଉଦ୍ୟମକୁ ପ୍ରସଂଶା କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ମନ୍ତ୍ରଣାଳୟ କହିଛି ଯେ ରାଜସ୍ଥାନ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଓଡିଶା, ଆସାମ ଏବଂ କେରଳ ସମେତ 14 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁ ହାର 1 ପ୍ରତିଶତରୁ କମ୍ ଅଟେ। ସରକାରୀ ଏବଂ ବେସରକାରୀ ଡାକ୍ତରଖାନା ଗୁଡିକରେ କେୟାର ପ୍ରୋଟୋକଲ ଫଳରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି ବୋଲି ଏଥିରେ କୁହାଯାଇଛି।

ଭାରତରେ ମୃତ୍ୟୁ ହାର ସର୍ବନିମ୍ନ ଅଟେ। ମାର୍ଚ୍ଚ 22 ଠାରୁ ମୃତ୍ୟୁ ହାର ସର୍ବନିମ୍ନ ଏବଂ କ୍ରମାଗତ ଭାବେ ହ୍ରାସ ପାଉଛି ବୋଲି ମନ୍ତ୍ରଣାଳୟ କହିଛି । ମେ 4 ରେ ମୃତ୍ୟୁହାର 3.23 ପ୍ରତିଶତ ରହିଥିଲା । କୋଭିଡ-19 ପରିଚାଳନା ଏବଂ ପ୍ରତିକ୍ରିୟା ନୀତିର ଏକ ଅଂଶ ଭାବେ କେବଳ ରୋଗର ପ୍ରସାରକୁ ନୁହେଁ ବରଂ ଗୁରୁତର ରୋଗୀଙ୍କୁ ଗୁଣାତ୍ମକ କ୍ଲିନିକାଲ ଚିକିତ୍ସା ଯୋଗାଇ ମୃତ୍ୟୁକୁ ହ୍ରାସ କରିବା ତଥା ଜୀବନ ରକ୍ଷା କରିବା ଉପରେ କେନ୍ଦ୍ର ତୀକ୍ଷ୍ଣ ଧ୍ୟାନ ଦେଇଛି ବୋଲି ମନ୍ତ୍ରଣାଳୟ କହିଛି।

ଗୁରୁତର ରୋଗୀଙ୍କ କ୍ଲିନିକାଲ ପରିଚାଳନାରେ ଆଇସିୟୁ ଡାକ୍ତରଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ ନିଆରା ପଦକ୍ଷେପର ଅଂଶ ଭାବରେ ନୂଆଦିଲ୍ଲୀ ଏମ୍ସ ଦ୍ବାରା ଇ-ଆଇସିୟୁ ଆରମ୍ଭ ହୋଇଛି ବୋଲି ଏଥିରେ କୁହାଯାଇଛି। ଏପର୍ଯ୍ୟନ୍ତ 25 ଟି ଟେଲିବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ 34 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତଅଞ୍ଚଳରେ 393 ଟି ଅନୁଷ୍ଠାନ ଏଥିରେ ଅଂଶଗ୍ରହଣ କରିଛନ୍ତି । ଗ୍ରାଉଣ୍ଡ ସ୍ତରରେ ଆଶା ଏବଂ ଏଏନଏମ୍ ପରି ଫ୍ରଣ୍ଟଲାଇନ ସ୍ବାସ୍ଥ୍ୟ କର୍ମୀମାନେ ପ୍ରବାସୀ ଜନସଂଖ୍ୟା ପରିଚାଳନା ତଥା ସମାଜ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।

ABOUT THE AUTHOR

...view details