ୱାଶିଂଟନ: ପୁରା ବିଶ୍ବକୁ ଗ୍ରାସ କରିଛି କୋରୋନା ମହାମାରୀ । ଏବେ ସୁଦ୍ଧା ସଂକ୍ରମଣ 1 କୋଟି 940 ହଜାର 174ରେ ପହଞ୍ଚିଥିବା ବେଳେ ମୃତ୍ୟୁର ଗ୍ରାଫ ମଧ୍ୟ ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ମଧ୍ୟ 6 ଲକ୍ଷ ପାର କରିଛି । ସେହିଭଳି ଆରୋଗ୍ୟ ସଂଖ୍ୟା ମଧ୍ୟ ଉନ୍ନତ ରହିଛି । ହେଲେ ଏହି ପ୍ରାଣଘାତୀ ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ।
ଏଯାବତ ଆମେରିକାରେ 44 ଲକ୍ଷ ଉପରେ ସଂକ୍ରମଣଙ୍କ ସଂଖ୍ୟା ଥିବା ବେଳେ ମୃତ୍ୟୁ ସଂଖ୍ୟା ଟପିଛି ଲକ୍ଷେ 50 ହଜାର । ବେଶି ଉଦବେଗଜନକ କଥା ହେଉଛି ଏକ ସରକାରୀ ରିପୋର୍ଟ ହିସାବରେ ଫେବୃଆରୀ 29 ରେ ଆମେରିକାରେ ଗଡିଥିଲା ପ୍ରଥମ ମୁଣ୍ଡ । ସେହିଭଳି 54 ଦିନରେ ଦେଶ ମହାମାରୀରେ ଏକାଥରକେ 50 ହଜାର ମୃତ୍ୟୁ ଦେଖିଥିଲା।