ମୁମ୍ବାଇ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢୁଥୁବା ବେଳେ ମହାରାଷ୍ଟ୍ରରେ ସବୁଠାରୁ ଆଧିକ ମାମଲା ଚିହ୍ନଟ ହୋଇଛି । ଆଉ ଏଥିରେ ବିଶେଷ ପ୍ରଭାବିତ ହେଉଛନ୍ତି ପୋଲିସ କର୍ମଚାରୀ । ତେବେ ମହାରାଷ୍ଟ୍ରରେ COVID-19 ଯୋଗୁଁ ଗୁରୁବାର ପର୍ଯ୍ୟନ୍ତ 45 ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୂଚନା ଦେଇଛନ୍ତି ।
ମହାରାଷ୍ଟ୍ରରେ କୋରୋନାରେ ପ୍ରାଣ ହରାଇଛନ୍ତି 45 ପୋଲିସ: ଅନିଲ ଦେଶମୁଖ
ମହାରାଷ୍ଟ୍ରରେ COVID-19 ଯୋଗୁଁ ଗୁରୁବାର ପର୍ଯ୍ୟନ୍ତ 45 ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୂଚନା ଦେଇଛନ୍ତି । ମହାରାଷ୍ଟ୍ରରେ ଏଯାବତ୍ 3,820 ଜଣ ପୋଲିସ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 2,754 ଜଣ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...
ମହାରାଷ୍ଟ୍ରରେ ଏଯାବତ୍ 3,820 ଜଣ ପୋଲିସ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଉ ସେଥିମଧ୍ୟରୁ 2,754 ଜଣ ସୁସ୍ଥ ହୋଇଛନ୍ତି ଏବଂ 45 ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଦେଶମୁଖ ଟ୍ବିଟର ମାଧ୍ୟମରେ ଜଣାଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ 6 ଲକ୍ଷରୁ ଅଧିକ ଲୋକଙ୍କୁ କ୍ୟାରେଣ୍ଟାଇନ କରାଯାଇଛି ଏବଂ ମହାରାଷ୍ଟ୍ର ସରକାର 122 ରିଲିଫ୍ କ୍ୟାମ୍ପ ଚଳାଉଛନ୍ତି, ଯେଉଁଠାରେ ଅନ୍ୟ ରାଜ୍ୟରୁ 4,138 କର୍ମଚାରୀଙ୍କୁ ଆଶ୍ରୟ ଏବଂ ଅନ୍ୟାନ୍ୟ ଆବଶ୍ୟକତା ଯୋଗାଇ ଦିଆଯାଇଛି ବୋଲି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି ।
ଜନସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ 1,16,752 ଟି COVID-19 ମାମଲା ନିଶ୍ଚିତ ହୋଇଛି। ସେଥିମଧ୍ୟରୁ 59,166 ଜଣ ଆରୋଗ୍ୟ ହୋଇଥିବାବେଳେ ଆଜି ସୁଦ୍ଧା 5,651 ଜଣଙ୍କ ମୃତ୍ୟୁ ହୋଇଛି ।