ନୂଆଦିଲ୍ଲୀ: ସାରା ବିଶ୍ବରେ ମହାମାରୀ କୋରୋନାର ପ୍ରକୋପ ଜାରି ରହିଛି । ଏପରସ୍ଥଳେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମଧ୍ୟ କୋରୋନା ବାଧକ ସାଜିଛି । ଛଅ ମାସ ବନ୍ଦ ପରେ ଚାରିଧାମ ଖୋଲିବ ମାତ୍ର ଭକ୍ତଙ୍କୁ ମିଳିବ ନାହିଁ ଦର୍ଶନ ଓ ଭ୍ରମଣର ଅନୁମତି । ଚାରିଧାମ ଦର୍ଶନ ପାଇଁ ଉଦ୍ଦିଷ୍ଟ ପୋର୍ଟାଲ ଖୋଲିବା ପରେ ଭକ୍ତ, ଶ୍ରଦ୍ଧାଳୁଙ୍କ ପଞ୍ଜିକରଣ ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଇଛି । ଉତ୍ତରାଖଣ୍ଡର ଉଚ୍ଚତମ ହିମାଳୟ କ୍ଷେତ୍ରରେ ଅବସ୍ଥିତ ବିଶ୍ବ ପ୍ରସିଦ୍ଧ ଗଙ୍ଗୋତ୍ରୀ, ଯମୁନେତ୍ରୀ ଓ କେଦାରନାଥ ଧାମ କପାଟ ଖୋଲିବ ।
ଉତ୍ତରାଖଣ୍ଡର ଚାରୋଟି ମନ୍ଦିରର ଉଦଘାଟନୀ ସମାରୋହ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ବାର୍ଷିକ କାର୍ଯ୍ୟକ୍ରମ । ଏଥିରେ ହଜାର ହଜାର ତୀର୍ଥଯାତ୍ରୀ ଯୋଗ ଦେଇଥାନ୍ତି । ମାତ୍ର କୋରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଲକଡାଉନ ପରିମାଣ ସ୍ବରୁପ ଏହି ଯାତ୍ରା ଉପରେ ଏବେ ଆଶଙ୍କାର କଳବାଦଲ ।