ଓଡିଶା

odisha

ETV Bharat / bharat

କୋରୋନାର ଅଧିକ ଶିକାର ପୁରୁଷ ଓ ବୟସ୍କ - ଲକଡାଉନ ଖବର

ଥଣ୍ଡା, ଜ୍ବର କିମ୍ବା କାଶ ହେଉଛି ତେବେ ବାହାରକୁ ନବାହାରି ଘରେ ଏକା ରହନ୍ତୁ । କାହାରି ସହ ହାତ ମିଳାଇବା କିମ୍ବା ଆଲିଙ୍ଗନ କରିବା ଅନୁଚିତ । ଅଧିକ ପଢନ୍ତୁ...

କୋରୋନାର ଅଧିକ ଶିକାର ପୁରୁଷ ଓ ବୟସ୍କ
କୋରୋନାର ଅଧିକ ଶିକାର ପୁରୁଷ ଓ ବୟସ୍କ

By

Published : Apr 11, 2020, 10:58 PM IST

ହାଇଦ୍ରାବାଦ: ବିଶ୍ବରେ କୋରୋନାର କୋପ ବଢିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଏହା ସାମ୍ନାରେ ହାର ମାନିଛନ୍ତି । ସାରା ପୃଥିବୀରେ କୋରୋନା ଜନିତ ମୃତ୍ୟୁ ଏକ ଲକ୍ଷ ପାଖାପାଖି ପହଞ୍ଚିଲାଣି । ତେବେ ଏକ ବିଶେଷ ରିପୋର୍ଟରୁ ଜଣାପଡିଛି ଯେ ଏହି ରୋଗ ବୃଦ୍ଧ ଓ ପୁରୁଷ ଲୋକଙ୍କୁ ଅଧିକ ମାତ୍ରାରେ ଆକ୍ରାନ୍ତ କରିଥାଏ । ଅର୍ଥାତ ବୟସ୍କ ଲୋକ ଏଥିରେ ଶୀଘ୍ର ଆକ୍ରାନ୍ତ ହୁଅନ୍ତି ଏବଂ ଅଧିକ ପୁରୁଷ ଲୋକ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି ।

ତେବେ ଏପରି ହେବା ପଛରେ କାରଣ ମଧ୍ୟ ରହିଛି । ବୟାସାଧିକ ଯୋଗୁଁ ବୟସ୍କଙ୍କ ଶରୀର ଦୁର୍ବଳ ହୋଇଯାଇଥାଏ । ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ଏହାସହ ବିଭିନ୍ନ ରୋଗ ମଧ୍ୟ ମାଡି ବସିଥାଏ । ଫଳରେ କୋରୋନା ଭୂତାଣୁ ଖୁବଶିଘ୍ର ଆଟାକ୍‌ କରିଥାଏ । ସାମାଜିକ ଦୂରତା ଏମାନଙ୍କ ପାଇଁ ନିହାତି ଆବଶ୍ୟକ । ସମସ୍ତଙ୍କଠାରୁ ଏକ ମିଟର ଦୂରତା ବଜାୟ ରଖନ୍ତୁ ।

ଏହାସହ ଯଦି ଥଣ୍ଡା, ଜ୍ବର କିମ୍ବା କାଶ ହେଉଛି ତେବେ ବାହାରକୁ ନବାହାରି ଘରେ ଏକା ରହନ୍ତୁ । କାହାରି ସହ ହାତ ମିଳାଇବା କିମ୍ବା ଆଲିଙ୍ଗନ କରିବା ଅନୁଚିତ । ନିଜ ହାତ, ମୁହଁ, ଜିଭ, ନାକକୁ ପରିଷ୍କାର ରଖିବା ବାରମ୍ବାର ଛୁଅଁନ୍ତୁ ନାହିଁ । କାଶିବା, ଛିଙ୍କିବାବେଳେ ମୁହଁ କଭର କରିବା ସହ ହାତ ଧୁଅନ୍ତୁ । ଘରୋଇ ଖାଦ୍ୟ ଖାଆନ୍ତୁ ଓ ତେଲ, ମସଲାର କମ ବ୍ୟବହାର କରନ୍ତୁ । ପ୍ରବଳ ପାଣି ଓ ଫଳରସ ପିଅନ୍ତୁ ।

ସେହିପରି ଏକ ଆମେରିକୀୟ ଟିଭି ଚ୍ୟାନେଲର ରିପୋର୍ଟ ଅନୁସାରେ କୋରୋନା ଭାଇରସରେ ଅଧିକ ସଂଖ୍ୟକ ପୁରୁଷଙ୍କ ମୃତ୍ୟୁ ହୋଇଛି । ସମଗ୍ର ବିଶ୍ବରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ମୃତ୍ୟୁହାର ଅଧିକ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ଇଟାଲୀର ଜାତୀୟ ସ୍ବାସ୍ଥ୍ୟ ସଂସ୍ଥା ଅନୁସାରେ ଦେଶରେ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ଲୋକଙ୍କ ମଧ୍ୟରେ 60 ପ୍ରତିଶତ ପୁରୁଷ । ଏମାନଙ୍କ ଭିତରୁ 70 ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ଦକ୍ଷିଣ କୋରିଆରେ କୋରୋନା ମୃତକଙ୍କ ଭିତରେ 54 ପ୍ରତିଶତ ଲୋକ ପୁରୁଷ ଅଟନ୍ତି ।

ନାନା କୁଅଭ୍ୟାସ ଯୋଗୁଁ ପୁରୁଷମାନେ ଅଧିକ କୋରୋନାର ଶିକାର ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି । ଧୂମ୍ରପାନ ଓ ଅଧିକ ମଦ ସେବନ କାରଣରୁ ଶରୀର ଦୁର୍ବଳ ହୋଇଯାଉଛି । ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି । ଫଳରେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଏହି ଭାଇରସର ଅଧିକ ଶିକାର ହେଉଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ABOUT THE AUTHOR

...view details