ଓଡିଶା

odisha

ETV Bharat / bharat

କୋଭିଡ-19: ତ୍ରିପୁରାରେ ଆଉ 10 ବିଏସଏଫ ଯବାନ ସଂକ୍ରମିତ, ମୋଟ ସଂଖ୍ୟା 66କୁ ବୃଦ୍ଧି - 10 BSF jawans are infected in Tripura

କୋରୋନା କବଜାରେ ବୀର ଯବାନ । ଦିନକୁ ଦିନ ବୃଦ୍ଧି ପାଉଛି ଯବାନଙ୍କ ସଂକ୍ରମିତ ହେବା ସଂଖ୍ୟା । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 66 ଯବାନ କୋରୋନା ସଂକ୍ରମିତ। ଅଧିକ ପଢନ୍ତୁ...

ତ୍ରିପୁରାରେ ଆଉ 10 ବିଏସଏଫ ଯବାନ ସଂକ୍ରମିତ
ତ୍ରିପୁରାରେ ଆଉ 10 ବିଏସଏଫ ଯବାନ ସଂକ୍ରମିତ

By

Published : May 5, 2020, 10:09 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ଦୃତ ଗତିରେ ବ୍ୟାପୁଛି । ସାଧାରଣ ଲୋକଙ୍କ ସହ ବର୍ତ୍ତମାନ ସେନା କର୍ମଚାରୀମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ତେବେ ତ୍ରିପୁରାରେ ସୋମବାର 10 ବିଏସଏଫ ଯବାନ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ସହିତ ଜଣେ ଯବାନଙ୍କର ପତ୍ନୀ ଏବଂ ଦୁଇ ପିଲା ମଧ୍ୟ ସଂକ୍ରମିତ ହୋଇଛନ୍ତି ।

ତ୍ରିପୁରାରେ ଆଉ 10 ବିଏସଏଫ ଯବାନ ସଂକ୍ରମିତ

ଏହାପୂର୍ବରୁ ରବିବାର ତ୍ରିପୁରାରେ 12 ଓ ଶନିବାର 2 ଜଣ ବିଏସଏଫ ଯବାନଙ୍କ ରିପୋର୍ଟ ପଜିଟିଭ ହୋଇଥିଲା। ଏହାପୂର୍ବରୁ ଦିଲ୍ଲୀରେ 41 ବିଏସଏଫ କର୍ମଚାରୀ ସଂକ୍ରମିତ ହୋଇଥିଲେ। ଯାହାକୁ ନେଇ ବିଏସଏଫରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 66 ଯବାନ କୋରୋନା ସଂକ୍ରମିତ ହୋଇଥିବା ସୂଚନା ରହିଛି ।

ଅନ୍ୟପଟେ ଦିଲ୍ଲୀର ବିଏସ୍ଏଫ୍ ମୁଖ୍ୟାଳୟର 2 ମହଲାକୁ ସିଲ୍ କରାଯାଇଛି । ବିଏସଏଫର ଜଣେ କନେଷ୍ଟବଳ ଦ୍ବିତୀୟ ମହଲାରେ ପୋଷ୍ଟିଂ ହୋଇଥିଲେ । ତେବେ ତାଙ୍କ ନିକଟରେ କୋରୋନା ପଜିଟିଭ ବାହାରିବା ପରେ ଉକ୍ତ ବିଲଡିଂର 2ଦ୍ବିତୀୟ ମହଲାକୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇଛି ।

ABOUT THE AUTHOR

...view details