ଓଡିଶା

odisha

By

Published : Jun 5, 2020, 3:04 AM IST

ETV Bharat / bharat

ତେଲେଙ୍ଗାନାରେ 127 ନୂଆ ମାମଲା, ମୃତ୍ୟୁ ସଂଖ୍ୟା ଶହେ ପାର

ଗୁରୁବାର ତେଲେଙ୍ଗାନାରେ 127 ଟି ନୂଆ ପଜିଟିଭ୍ ରିପୋର୍ଟ ହୋଇଛି । ଏହାସହ ରାଜ୍ୟରେ 6 ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି । ଗୁରୁବାର 31 ଜଣ ଡିସଚାର୍ଜ ସହିତ ମୋଟ ଡିସଚାର୍ଜ 1,587ରେ ପହଞ୍ଚିଛି । ରାଜ୍ୟରେ କୋଭିଡ -19 ହେତୁ ମୋଟ ମୃତ୍ୟୁ ସଂଖ୍ୟା 100 ଅତିକ୍ରମ କରି 105 ରେ ପହଞ୍ଚିଛି ।

ତେଲେଙ୍ଗାନାରେ 127 ନୂଆ ମାମଲା, ମୃତ୍ୟୁ ସଂଖ୍ୟା ଶହେ ପାର
ତେଲେଙ୍ଗାନାରେ 127 ନୂଆ ମାମଲା, ମୃତ୍ୟୁ ସଂଖ୍ୟା ଶହେ ପାର

ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇବାରେ ଲାଗୁଛି । କ୍ରମାଗତ ଭାବେ ରାଜ୍ୟରେ ପ୍ରତ୍ୟେକ ଦିନ ମୃତ୍ୟୁ ରିପୋର୍ଟ ରେକର୍ଡ ହେଉଛି । ଗୁରୁବାର ତେଲେଙ୍ଗାନାରେ 127 ଟି ନୂଆ ପଜିଟିଭ୍ ରିପୋର୍ଟ ହୋଇଛି । ଏହାସହ ରାଜ୍ୟରେ 6 ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି ।

ଏହା ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ପଜେଟିଭ ମାମଲା 3,147ରେ ପହଞ୍ଚିଛି । ଗୁରୁବାର GHMC ରେ 110 ଟି ମାମଲା ଥିବାବେଳେ ଆଦିଲାବାଦ ସାତୋଟି, ରଙ୍ଗା ରେଡ୍ଡୀ 6 ଟି, ମେଡଚାଲ ଦୁଇଟି ଏବଂ ସାଙ୍ଗାରେଡି ଏବଂ କାମାମ ଗୋଟିଏ ଲେଖାଏଁ କୋରୋନା ସଂକ୍ରମଣ ରିପୋର୍ଟ ହୋଇଛି ।

ଗୁରୁବାର 31 ଜଣ ଡିସଚାର୍ଜ ସହିତ ମୋଟ ଡିସଚାର୍ଜ 1,587ରେ ପହଞ୍ଚିଛି । ରାଜ୍ୟରେ କୋଭିଡ -19 ହେତୁ ମୋଟ ମୃତ୍ୟୁ ସଂଖ୍ୟା 100 ଅତିକ୍ରମ କରି 105 ରେ ପହଞ୍ଚିଛି । ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପଜେଟିଭ ରୋଗୀଙ୍କ ସଂଖ୍ୟା 1,455 ରହିଛି ।

ABOUT THE AUTHOR

...view details