ଭୋପାଳ: ମଧ୍ୟପ୍ରଦେଶ ସରକାର ଦାବି କରିଛନ୍ତି ଯେ, କୋରୋନା ଜୀବାଣୁ ମୁକାବିଲା କରିବାରେ ସାହାଯ୍ୟ କରୁଥିବା କୋଭିଡ -19 ଯୋଦ୍ଧାମାନଙ୍କ ପାଇଁ ରାଜ୍ୟରେ ପ୍ରତିଦିନ 12 ହଜାର ପିପିଏ କିଟ୍ ପ୍ରସ୍ତୁତ କରାଯାଉ ଥିବାବେଳେ ଦୈନିକ 10 ହଜାର ପିପିଏ କିଟର ଆବଶ୍ୟକତା ରହିଛି । ମଧ୍ୟପ୍ରଦେଶର ଲୋକସମ୍ପର୍କ ବିଭାଗ ଏକ ବିଜ୍ଞପ୍ତିରେ କହିଛି, "ପିପିଏ କିଟ୍ ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଉପଲବ୍ଧ ଅଛି । ରାଜ୍ୟରେ ଦୈନିକ 10 ହଜାର ପିପିଏ କିଟ୍ ଆବଶ୍ୟକ ହେଉଥିବାବେଳେ ପ୍ରତିଦିନ 12 ହଜାର କିଟ୍ ତିଆରି କରାଯାଉଛି"।
ଏମପିରେ 'କରୋନା ଯୋଦ୍ଧା'ଙ୍କ ପାଇଁ ପ୍ରତିଦିନ ପ୍ରସ୍ତୁତ ହେଉଛି 12 ହଜାର ପିପିଇ କିଟ୍ - Corona Warriors
ମଧ୍ୟପ୍ରଦେଶରେ ଦୈନିକ 10 ହଜାର ପିପିଇ କିଟ୍ ଆବଶ୍ୟକ ହେଉଥିବାବେଳେ ପ୍ରତିଦିନ 12 ହଜାର କିଟ୍ ତିଆରି କରାଯାଉଛି । ଅଧିକ ପଢନ୍ତୁ...
ମଧ୍ୟପ୍ରଦେଶ ଶିଳ୍ପ ବିକାଶ କେନ୍ଦ୍ରର ପରିଚାଳନା ନିର୍ଦ୍ଦେଶକ କୁମାର ପୁରୁଷୋତ୍ତମ କହିଛନ୍ତି ଯେ ଏପର୍ଯ୍ୟନ୍ତ ଅଢେଇ ଲକ୍ଷ ପିପିଇ କିଟ୍ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ ପ୍ରାୟ 75 ହଜାର କିଟ୍ ଇନ୍ଦୋର ଏବଂ ଭୋପାଳକୁ ପଠାଯାଇଛି । ସୂଚନା ଦେଇଛନ୍ତି ଯେ, ଇନ୍ଦୋରର ବହୁ ସାହାଯ୍ୟକାରୀ ଲୋକେ ବହୁ ସଂଖ୍ୟାରେ ପିପିଏ କିଟ୍ ଯୋଗାଇବାକୁ ଆଗେଇ ଆସୁଛନ୍ତି।
ପୁରୁଷୋତ୍ତମ ଆହୁରି କହିଛନ୍ତି ଯେ, ଭୋପାଳ ଏବଂ ଇନ୍ଦୋରରେ ପ୍ରାୟ 40 ହଜାର ପିପିଇ କିଟ୍ ଷ୍ଟକରେ ରହିଛି । ଆବଶ୍ୟକତା ଅନୁଯାୟୀ ଏଗୁଡିକ ବିଭିନ୍ନ ଜିଲ୍ଲାକୁ ପଠାଯାଉଛି। ମଧ୍ୟପ୍ରଦେଶରେ ଏପର୍ଯ୍ୟନ୍ତ 2 ହଜାରରୁ ଉର୍ଦ୍ଧ୍ବ ଲୋକ କୋରୋନାରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି। ଏଥିମଧ୍ୟରୁ 103 ଜଣ ଲୋକ ଏପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି।