ଓଡିଶା

odisha

By

Published : May 28, 2020, 11:20 PM IST

ETV Bharat / bharat

ତେଲେଙ୍ଗାନାରେ କୋରୋନାର 117 ନୂଆ ସଂକ୍ରମଣ ରିପୋର୍ଟ, 4ମୃତ୍ୟୁ ରେକର୍ଡ

ଗୁରୁବାର ତେଲେଙ୍ଗାନାରେ 117 ସଂକ୍ରମଣ ରିପୋର୍ଟ ଏବଂ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ସୂଚନା ଦେଇଛନ୍ତି । ବୁଧବାର ରାଜ୍ୟରେ 107 ପଜେଟିଭ ମାମଲା ରିପୋର୍ଟ ହୋଇଥିଲା ।

_Telangana
_Telangana

ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟ କ୍ରମାଗତ ଭାବେ ବଢିବାରେ ଲାଗିଛି । ଗୁରୁବାର ରାଜ୍ୟରେ 117 ସଂକ୍ରମଣ ରିପୋର୍ଟ ଏବଂ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ସୂଚନା ଦେଇଛନ୍ତି । ବୁଧବାର ରାଜ୍ୟରେ 107 ପଜେଟିଭ ମାମଲା ରିପୋର୍ଟ ହୋଇଥିଲା ।

ରାଜ୍ୟରେ 117 ସକରାତ୍ମକ ମାମଲା ମଧ୍ୟରୁ 66 ଜଣ ତେଲେଙ୍ଗାନାର ହୋଇଥିବାବେଳେ ଅବଶିଷ୍ଟ 51 ଟି ମାମଲା ମଧ୍ୟରୁ ସାଉଦି ଆରବ ଫେରନ୍ତା 49 ଜଣ ଏବଂ ରାଜ୍ୟକୁ ଫେରିଥିବା ଦୁଇ ଜଣ ପ୍ରବାସୀ ରହିଛନ୍ତି ।

ଗୁରୁବାରର 117 ସଂକ୍ରମଣ ରିପୋର୍ଟ ସହିତ ରାଜ୍ୟରେ ମୋଟ କୋରୋନାଭାଇରସ୍ ପଜିଟିଭ୍ ମାମଲା 2,256 ରେ ପହଞ୍ଚିଥିବାବେଳେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା 67 ରେ ପହଞ୍ଚିଛି । ସକ୍ରିୟ କୋଭିଡ -19 ମାମଲା 844 ଥିବାବେଳେ ମୋଟ ଡିସଚାର୍ଜ ସଂଖ୍ୟା 1345 ରହିଛି ।

ABOUT THE AUTHOR

...view details