ଓଡିଶା

odisha

ETV Bharat / bharat

ବଜାରକୁ ଆସିଲା କୋଭିସାଇଡ୍ କ୍ୟାବିନେଟ୍ , ଭୂତାଣୁ ମାରିବ ଶକ୍ତିଶାଳୀ ତରଙ୍ଗ - କୋଭିଡ୍ 19

ସାନିଟାଇଜର୍ କିମ୍ବା ମାସ୍କ୍ ପରି ବିକଳ୍ପକୁ ବାଦ ଦେଲେ ଏଵେ ଵଜାର ପ୍ରଵେଶ କରିଛି, କୋଭିସାଇଡ୍ କ୍ୟାବିନେଟ୍। ଏହାକୁ ଘର, ଅଫିସ୍ କିମ୍ବା ଉଦ୍ୟୋଗ ଇତ୍ୟାଦି ସ୍ଥାନରେ ଲଗାଇ ଭୂତାଣୁ, ଜୀବାଣୁ ଏଵଂ କଵକ ଇତ୍ୟାଦିକୁ ଦମନ କରି ପାରିବା ବୋଲି ନିର୍ମାଣକାରୀ କମ୍ପାନୀ କହିଛି।

personal place
ବଜାରକୁ ଆସିଲା କୋଭିସାଇଡ୍ କ୍ୟାବିନେଟ୍ , ଭୂତାଣୁ ମାରିବ ଶକ୍ତିଶାଳୀ ତରଙ୍ଗ

By

Published : May 12, 2020, 10:47 AM IST

ନୂଆଦିଲ୍ଲୀ: ସାନିଟାଇଜର୍ କିମ୍ବା ମାସ୍କ୍ ପରି ବିକଳ୍ପକୁ ବାଦ ଦେଲେ ଏଵେ ଵଜାର ପ୍ରଵେଶ କରିଛି, କୋଭିସାଇଡ୍ କ୍ୟାବିନେଟ୍। ଏହାକୁ ଘର, ଅଫିସ୍ କିମ୍ବା ଉଦ୍ୟୋଗ ଇତ୍ୟାଦି ସ୍ଥାନରେ ଲଗାଇ ଭୂତାଣୁ, ଜୀବାଣୁ ଏଵଂ କଵକ ଇତ୍ୟାଦିକୁ ଦମନ କରି ପାରିବା ବୋଲି ସମ୍ପୃକ୍ତ କମ୍ପାନୀ କହିଛି।

କମ୍ପାନୀର କହିବାନୁସାରେ, ଏହି କ୍ୟାବିନେଟ୍ ଉଭୟ ଘରୋଇ ଏବଂ ଉଦ୍ୟୋଗିକ ସ୍ତରରେ ଅଫିସ୍, ସ୍ପା, ସେଲୁନ୍, ହସ୍ପିଟାଲ୍ ଇତ୍ୟାଦି ବ୍ୟବହାର କରାଯାଇପାରିବ। ଏହି କ୍ୟାବିନେଟ୍ ବ୍ୟବହାର କରି ଡେବିଟ୍ / କ୍ରେଡିଟ୍ କାର୍ଡ, ଲାପଟପ୍, ମୋଵାଇଲ୍ ଏବଂ ଵିଭିନ୍ନ ଉପକରଣକୁ ଜୀଵାଣୁ ମୁକ୍ତ କରାଯାଇ ପାରିବ। ଜେନିସପ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, କୋଭିସାଇଡ୍ କ୍ୟାବିନେଟ୍ ଡିଜାଇନ୍ କରିଛି।

ମାରାତ୍ମକ ଜୀବାଣୁ ଆପଣଙ୍କ ବ୍ୟକ୍ତିଗତ ସ୍ଥାନକୁ ପ୍ରବେଶ କରିବ ନାହିଁ ବୋଲି ଏକ କମ୍ପାନୀ ବିବୃତ୍ତିରେ କୁହାଯାଇଛି। ବିବୃତ୍ତି ଅନୁଯାୟୀ, କୋଭିସାଇଡ୍ କ୍ୟାବିନେଟ୍ ହେଉଛି ବହୁମୁଖୀ ୟୁଭିସି ଡିଜେନ୍ସିଫିକେସନ୍ କ୍ୟାବିନେଟ୍। ଏଥିରୁ ବିଚ୍ଛୂରିତ ଅଲଟ୍ରାଭାଓଲେଟ୍ ରଶ୍ମି ସାନିଟାଇଜ୍ କରିବାରେ ସହାୟ ହେଵ।

କୋଭିସାଇଡ୍ କ୍ୟାବିନେଟ୍ ଭିତରେ ଥିବା ୟୁଭିସି ଡିଜେନ୍ସିଫିକେସନ୍ ସିଷ୍ଟମ୍, କୋଭିଡ୍-19 ଭୂତାଣୁ ସମେତ 99.9% ପାଥୋଜେନକୁ ନଷ୍ଟ କରିଦିଏ ଏବଂୟୁଭି ରଶ୍ମି ନ୍ୟୁକ୍ଲିୟିକ୍ ଏସିଡ୍ ନଷ୍ଟ କରିଥାଏ ଏବଂ ପାଥୋଜେନ DNA କୁ ବ୍ୟାହତ କରିଥାଏ, ଯାହା ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସେଲ୍ୟୁଲାର୍ କାର୍ଯ୍ୟ କରିବାରେ ଅସମର୍ଥ କରିଦିଏ।

"ଆମେ ବଜାରରେ 500 ରୁ ଅଧିକ ଖଣ୍ଡର ଅର୍ଡର ବିତରଣ କରିସାରିଛୁ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରୁ କିଛି ବଲ୍ ଅର୍ଡର ନିଶ୍ଚୟ କରିଛୁ। ଆମକୁ ଭୟଭୀତ ହେବାକୁ ପଡିବ ନାହିଁ କିନ୍ତୁ କୋଭିଡ୍-19 ରୁ ନିଜକୁ ରକ୍ଷା କରିବାକୁ ପଡିବ। ଉତ୍ପାଦର ଡିଜାଇନ୍ କରିବାବେଳେ ଆମେ ଦୀର୍ଘ ସମୟ ଧରି ପରୀକ୍ଷା କରିଛୁ ଭର୍ମା କହିଛନ୍ତି।

ABOUT THE AUTHOR

...view details