ନୂଆଦିଲ୍ଲୀ: ଦେଶରେ ହାହାକାର ଖେଳାଇଛି କୋରୋନା ଭାଇରସ । ଯାହାଦ୍ବାରା ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ । ପ୍ରତ୍ୟେକ ଦିନ ଶତାଧିକ ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ଏଭଳି ପରିସ୍ଥିତିରେ ସଂକ୍ରମିତଙ୍କ ଚିକିତ୍ସାଦିନରାତି ଲାଗିଥିବା ଡାକ୍ତର ଓ ମେଡିକାଲ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରୁଛନ୍ତି ।
ସ୍ୱାସ୍ଥ୍ୟକର୍ମୀଙ୍କୁ ରେଳବାଇ ଦେବ ସୁରକ୍ଷା ଉପକରଣ - covid-19
ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ଚିନ୍ତାରେ ରେଳବିଭାଗ । ଏପ୍ରିଲ ମାସରେ 30 ହଜାରରୁ ଅଧିକ କଭର୍ଲାସ ତିଆରି କରିବାକୁ ଯୋଜନା କରିଥିବାବେଳେ, ମେ ମାସରେ ରେଳବାଇ 1 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ତିଆରି କରିବାକୁ ଯୋଜନା କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...
![ସ୍ୱାସ୍ଥ୍ୟକର୍ମୀଙ୍କୁ ରେଳବାଇ ଦେବ ସୁରକ୍ଷା ଉପକରଣ health workers](https://etvbharatimages.akamaized.net/etvbharat/prod-images/768-512-6802540-179-6802540-1586946859290.jpg)
ରେଳବାଇ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପ୍ରସ୍ତୁତ ହେବ କଭର୍ଲାସ
ଏଭଳି ସ୍ଥିତିରେ କୋଭିଡ-19 ବିପକ୍ଷରେ ସଂଗ୍ରାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ, ଭାରତୀୟ ରେଳ ଏପ୍ରିଲ 2020 ରେ 30,000 ରୁ ଅଧିକ କଭର୍ଲାସ୍ (ବ୍ୟକ୍ତିଗତ ସୁରକ୍ଷା ଉପକରଣ) ତିଆରି କରିବାକୁ ଯୋଜନା କରିଥିବାବେଳେ, ମେ ମାସରେ ରେଳବାଇ 1 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ତିଆରି କରିବାକୁ ଯୋଜନା କରିଛି । ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରଣାଳୟ ।