ଓଡିଶା

odisha

ETV Bharat / bharat

କୋଭିଡ-୧୯ ଏବଂ ଓସିଡି - କୋଭିଡ-୧୯

କୋଭିଡ-୧୯ ଏବଂ ଓସିଡି କୋଭିଡ-୧୯ ମହାମାରୀ ବେଳେ ଶିଶୁ ଓ କିଶୋରମାନେ ମନୋଗ୍ରାସିତ ବାଧ୍ୟତା ବିକାର ବା ଅବସେସିଭ୍ କମ୍ପଲସିଭ୍‌ ଡିଜଅର୍ଡର ( ଓଏସଡି )ରେ ପୀଡିତ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି । ଅଧିକ ପଢନ୍ତୁ...

କୋଭିଡ-୧୯ ଏବଂ ଓସିଡି
କୋଭିଡ-୧୯ ଏବଂ ଓସିଡି

By

Published : Nov 11, 2020, 8:34 PM IST

କୋଭିଡ-୧୯ ଏବଂ ଓସିଡି କୋଭିଡ-୧୯ ମହାମାରୀ ବେଳେ ଶିଶୁ ଓ କିଶୋରମାନେ ମନୋଗ୍ରାସିତ ବାଧ୍ୟତା ବିକାର ବା ଅବସେସିଭ୍ କମ୍ପଲସିଭ୍‌ ଡିଜଅର୍ଡର ( ଓଏସଡି )ରେ ପୀଡିତ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି । ମହାମାରୀ ସମୟରେ ଓଏସଡି ସମେତ ବ୍ୟଗ୍ରତା, ଅବସାଦ ଲକ୍ଷଣ ସେମାନଙ୍କଠାରେ ଅଧିକ ଦେଖାଯାଇଥିବା ଜଣାପଡିଛି । ଓସିଡି ହେଉଛି ଏକ ମାନସିକ ବିକାର, ଯାହାକି ବାରମ୍ବାର ଅନାବଶ୍ୟକ ଭାବନା ଓ ସମ୍ବେଦନା ସୃଷ୍ଟି କରେ ବା କିଛି କାମ ବାରମ୍ବାର କରିବା ପାଇଁ ଇଚ୍ଛା ଜାଗ୍ରତ କରେ । କେତେକଙ୍କ କ୍ଷେତ୍ରରେ ଉଭୟ ଗ୍ରସ୍ତତା ( ଅବସେସନ ) ଓ କମ୍ପଲସନ ( ବାଧ୍ୟବାଧକତା) ଦେଖାଯାଇଥାଏ ।

ବିଏମସି ସାଇକିଆଟ୍ରି ଜର୍ଣ୍ଣାଲରେ ଏ ବାବଦରେ ଗବେଷଣାତ୍ମକ ରିପୋର୍ଟ ପ୍ରକାଶିତ ହୋଇଛି । ପ୍ରାପ୍ତ ବୟସ୍କମାନେ ବି କୋଭିଡ ସମୟରେ ମାନସିକ ବିକାରରେ ପୀଡିତ ହୋଇପାରନ୍ତି ବୋଲି ପ୍ରକାଶିତ ରିପୋର୍ଟରେ କୁହାଯାଇଛି । କୋଭିଡ-୧୯ ମହାମାରୀ ସହ ଏହି ମାନସିକ ରୋଗର ସଂପର୍କ ବିଷୟରେ ଅଧ୍ୟୟନ ବେଶ୍‌ ଉତ୍କଣ୍ଠା ଜାତ କରିଛି । କାରଣ ଓସିଡି ଏମିତି ଏକ ବ୍ୟାଧି, ଯାହାର ବିଭିନ୍ନ ଡାକ୍ତରୀ ଏକ୍ସପ୍ରେସନ ରହିଛି ବୋଲି ରିପୋର୍ଟର ସଂକଳକ ଜୁଡିଥ୍ ନିସେନ କହିଛନ୍ତି । ସେ ଡେନମାର୍କର ଆରହସ୍‌ ବିଶ୍ବବିଦ୍ୟାଳୟରେ ଅବସ୍ଥାପିତ ଅଛନ୍ତି । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସଂକଟ କିଭଳି ଅଭିବ୍ୟକ୍ତି, ବାରମ୍ବାରତା ଓ କ୍ରମବିକାଶକୁ ପ୍ରଭାବିତ କରିପାରେ, ତାହାର ଅନୁଧ୍ୟାନ କରିବା ଜରୁରୀ ବୋଲି ଜୁଡିଥ୍ ନିଜ ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

ତଥ୍ୟ ଅନୁସନ୍ଧାନ ପାଇଁ ଗବେଷକମାନେ ଶିଶୁ ଓ କିଶୋରଙ୍କ ଦୁଇଟି ଗ୍ରୁପ୍‌କୁ ପ୍ରଶ୍ନାବଳୀ ପଠାଯାଇଥିଲା । ୭ରୁ ୨୧ ବର୍ଷ ବୟସ୍କଙ୍କୁ ପ୍ରଶ୍ନାବଳୀ ପଠାଯାଇଥିଲା । ଗୋଟିଏ ଗ୍ରୁପ୍‌କୁ ସେଣ୍ଟର ଫର୍‌ ଚାଇଲ୍‌ଡ ଆଣ୍ଡ୍ ଏଡ୍ଲୋସିଂଟ୍‌ ସାଇକିଆଟ୍ରିର ସ୍ୱତନ୍ତ୍ର ଓସିଡି ସେକସନରେ ରଖାଯାଇଥିଲା । ଗ୍ରୁପର ସଦସ୍ୟମାନେ ଓସିଡିରେ ପୀଡିତ ଥିଲେ । ସେମାନେ ସମସ୍ତେ ହସପିଟାଲ୍‌ର ଏକ ଥେରାପିଷ୍ଟଙ୍କ ଯୋଗାଯୋଗରେ ରହିଥିଲେ । ଅନ୍ୟ ଗ୍ରୁପର ସଦସ୍ୟମାନେ ଡାନିସ୍ ଓସିଡି ଆସୋସିଏସନ ଦ୍ୱାରା ଚିହ୍ନଟ ହୋଇଥିଲେ । ଅଧିକାଂଶ ଥିଲେ ଶିଶୁ ଓ କିଶୋର । ମୋଟ ୧୦୨ ଜଣ ପିଲା ପ୍ରଶ୍ନାବଳୀର ଉତର ରଖିଥିଲେ । ସେମାନଙ୍କ ଜବାବରୁ ସ୍ପଷ୍ଟ ହୋଇଥିଲା ଯେ, ଓସିଡି, ବ୍ୟଗ୍ରତା ଓ ଅବସାଦର ଲକ୍ଷଣ କୋଭିଡ-୧୯ ଭଳି ସଂକଟ ସମୟରେ ଗୁରୁତର ହୋଇଥାଏ ।

ଏହା ସେମାନେ ଅନୁଭୂତ କରିଛନ୍ତି ବୋଲି ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପ୍ରଥମ ଗ୍ରୁପ୍‌ର ପ୍ରାୟ ଅଧା ପିଲା ଓ କିଶୋର କହିଥିଲେ ଯେ, ସେମାନଙ୍କ ଲକ୍ଷଣ ଅତି ଗୁରୁତର ହୋଇପଡିଥିଲା । ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ପିଲା କହିଥିଲେ ଯେ, ସେମାନେଙ୍କର ବ୍ୟଗ୍ରତା ଆହୁରି ବଢିଯାଇଥିଲା । ଆଉ କିଛି କହିଥିଲେ ଯେ, ସେମାନଙ୍କର ଡିପ୍ରେସିଭ ସିମ୍ପଟମ ଖରାପ ହୋଇଯାଇଥିଲା । ଏମାନଙ୍କ ମଧ୍ୟରୁ

ଆଉ କିଛି କହିଥିଲେ ଯେ, ଉଭୟ ବ୍ୟଗ୍ରତା ଓ ଡିପ୍ରେସିଭ ସିଂପଟମ୍‌ ସେମାନଙ୍କର ଖରାପ ହୋଇଯାଇଥିଲା । ଅନ୍ୟଗ୍ରୁପରୁ ୭୩ ପ୍ରତିଶତ କହିଥିଲେ ଯେ, କୋଭିଡ-ମହାମାରୀରେ ସେମାନଙ୍କର ଅବସ୍ଥା ବିଗିଡି ଯାଇଥିଲା । ୪୩ ପ୍ରତିଶତ ସଦସ୍ୟ କହିଥିଲେ ଯେ, ସେମାନଙ୍କର ଡିପ୍ରେସିଭ ସିମ୍ପଟମ୍ ବୃଦ୍ଧି ପାଇଥିଲା । ଅଧ୍ୟୟନ ରିପୋର୍ଟରୁ ଜଣାପଡିଛି ଯେ, ଯେଉଁମାନେ କମ ବୟସରୁ ଓସିଡିରେ ପୀଡିତ ହୋଇଛନ୍ତି, ସେମାନଙ୍କ ପାଇଁ ଲକ୍ଷଣ ମହାମାରୀ ସମୟରେ ଆହୁରି ଗୁରୁତର ହୋଇଛି ।

ABOUT THE AUTHOR

...view details