ହାଇଦ୍ରାବାଦ: ବ୍ରିଟେନରେ ଦେଖାଦେଇଥିବା ନୂଆ କୋରୋନା ଷ୍ଟ୍ରେନ ଉପରେ ବି ପ୍ରଭାବ ପକାଇବ କୋଭାକ୍ସିନ । 26 ଜଣ ଅଂଶଗ୍ରହଣକାରୀଙ୍କ ଉପରେ ଭାରତ ବାୟୋଟେକ୍ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଥିବା କୁହାଯାଉଛି ।
କମ୍ପାନୀ ଅନୁସାରେ, ଭ୍ୟାକସିନକୁ ନେଇ 26 ଜଣଙ୍କ ଠାରେ ଅଧ୍ୟୟନ କରାଯାଇଥିଲା । ଯେଉଁଥିରେ ମିଳିଥିଲା କି ଭାରତ ବାୟୋଟେକ୍ ଦ୍ବାରା ତିଆରି ହୋଇଥିବା କୋଭାକ୍ସିନ SARS-CoV-2କୁ ପ୍ରତିହତ କରୁଛି ।