ଓଡିଶା

odisha

ETV Bharat / bharat

ବ୍ରାଜିଲ ରାଷ୍ଟ୍ରପତିଙ୍କୁ କୋର୍ଟଙ୍କ ଚେତାବନୀ, ମାସ୍କ ନ ପିନ୍ଧିଲେ ପଡିବ ଫାଇନ - ମହାମାରୀ କୋରୋନା

କୋରୋନା ସମୟରେ ସରକାର ହୁଅନ୍ତୁ କିମ୍ବା ବିଶେଷଜ୍ଞ, ସମସ୍ତେ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି କହିଛନ୍ତି । କିନ୍ତୁ ବ୍ରାଜିଲର ରାଷ୍ଟ୍ରପତି ଜେର ବୋଲସୋନାରୋଙ୍କୁ ବିନା ମାସ୍କରେ ଅନେକ ଥର ଦେଖିବାକୁ ମିଳିଛି । ତେବେ ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ଜୋରିମାନା ଦେବାକୁ ପଡ଼ିବ ବୋଲି ବର୍ତ୍ତମାନ କୋର୍ଟ ରାଷ୍ଟ୍ରପତିଙ୍କୁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

ବ୍ରାଜିଲ ରାଷ୍ଟ୍ରପତିଙ୍କୁ କୋର୍ଟର ଚେତାବନି, ମାସ୍କ ନ ପିନ୍ଧିଲେ ଦେବେ ଜୋରିମାନା
ବ୍ରାଜିଲ ରାଷ୍ଟ୍ରପତିଙ୍କୁ କୋର୍ଟର ଚେତାବନି, ମାସ୍କ ନ ପିନ୍ଧିଲେ ଦେବେ ଜୋରିମାନା

By

Published : Jun 24, 2020, 9:20 PM IST

ବ୍ରାସିଲିଆ: ସାରା ବିଶ୍ବରେ ମହାମାରୀ କୋରୋନାର ପ୍ରକୋପ ବଢିବାରେ ଲାଗିଛି । ତେବେ ସରକାର ହୁଅନ୍ତୁ କିମ୍ବା ବିଶେଷଜ୍ଞ, ସମସ୍ତେ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି କହିଛନ୍ତି । କିନ୍ତୁ ବ୍ରାଜିଲର ରାଷ୍ଟ୍ରପତି ଜେର ବୋଲସୋନାରୋଙ୍କୁ ବିନା ମାସ୍କରେ ଅନେକ ଥର ଦେଖିବାକୁ ମିଳିଛି । ତେବେ ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ଜୋରିମାନା ଦେବାକୁ ପଡ଼ିବ ବୋଲି ବର୍ତ୍ତମାନ କୋର୍ଟ ରାଷ୍ଟ୍ରପତିଙ୍କୁ ଚେତାବନୀ ଦେଇଛନ୍ତି ।

ବ୍ରାଜିଲର ଫେଡେରାଲ କୋର୍ଟର ଜଜ୍ ରେନେଟୋ ବୋରେଲି ମଙ୍ଗଳବାର ଦିନ ନିଷ୍ପତ୍ତି ନେଇଛନ୍ତି ଯେ, ବ୍ରାଜିଲର ରାଷ୍ଟ୍ରପତି ବୋଲସୋନାରୋ ତାଙ୍କ ରାଲିରେ ମାସ୍କ ପିନ୍ଧିବେ, ନଚେତ୍ ତାଙ୍କୁ ପ୍ରତିଦିନ 2000 ଜରିମାନା କରାଯିବ। ବ୍ରାଜିଲ ହେଉଛି ବିଶ୍ୱର ଦ୍ୱିତୀୟ ଦେଶ ଯେଉଁଠାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ। ଆମେରିକା ପରେ ବ୍ରାଜିଲରେ କୋରୋନା ଯୋଗୁଁ ସର୍ବାଧିକ ମୃତ୍ୟୁ ଘଟିଛି ।କେବଳ ମଙ୍ଗଳବାର ଦିନ ପ୍ରାୟ 1400 ଜଣଙ୍କ ମୃତ୍ୟୁ ଘଟିଛି ଏବଂ 40 ହଜାର ମାମଲା ଟିହ୍ନଟ ହୋଇଛି । ବ୍ରାଜିଲରେ କୋରୋନା ଯୋଗୁଁ ଏଯାବତ 50 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି ।

ଦିନକୁ ଦିନ ମାମଲା ବଢୁଥିବା ସତ୍ତ୍ବେ ବ୍ରାଜିଲର ରାଷ୍ଟ୍ରପତିଙ୍କୁ ଗତ କିଛି ଦିନ ହେବ ତାଙ୍କ ରାଲିରେ କିମ୍ବା କାହାକୁ ଭେଟିବା ସମୟରେ ମାସ୍କ ବିନା ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ, ରାଜ୍ୟପାଳ ତଥା ସହରର ମେୟରଙ୍କ ଦ୍ବାରା ଲଗାଯାଇଥିବା ଲକଡାଉନକୁ ବୋଲସୋନାରୋ ମଧ୍ୟ ବିରୋଧ କରିଥିଲେ । ସେ କହିଛନ୍ତି ଯେ ଟିକା ଦ୍ବାରା ଏହି ରୋଗକୁ ରୋକାଯାଇପାରିବ ଏବଂ କୌଣସି ପ୍ରକାରେ ବନ୍ଦର ଆବଶ୍ୟକତା ନାହିଁ ।

ABOUT THE AUTHOR

...view details