ରାୟପୁର: ଛତିଶଗଡର ରାଜନାଦଗାଁଓ ଜିଲ୍ଲା କୋର୍ଟ 3ଟି କଇଁଛଙ୍କୁ ମୁକ୍ତ କରିଛନ୍ତି । କଥାଟା ଅଜବ ଲାଗୁଥିଲେ ମଧ୍ୟ ସତ । ନ୍ୟାୟାଧୀଶ ବସନ୍ତପୁର ଥାନା ପୋଲିସକୁ ଏହି କଇଁଛ ମାନଙ୍କୁ ପ୍ରାକୃତିକ ବାତ୍ତାବରଣରେ ଛାଡିଦେବାକୁ କହିଛନ୍ତି । ଏହାପରେ ବସନ୍ତପୁର ପୋଲିସ ଦ୍ବାରା ଡିଏଫଓଙ୍କୁ ଚିଠି ଲେଖାଯାଇଛିଯେ, ଖୁବଶିଘ୍ର ଏମାନଙ୍କୁ ବାହାରେ ଛାଡିଦିଆଯିବ ।
କଇଁଛଙ୍କୁ ମିଳିଲା ନୂଆ ଜୀବନ, 4 ବର୍ଷ ଧରି ପାଣି ଟାଙ୍କିରେ ବିତୁଥିଲା ଜୀବନ - କଇଁଛ
4 ବର୍ଷ ଧରି ଥାନାରେ ବନ୍ଦ ଥିବା କଇଁଛଙ୍କୁ ମିଳିଲା ମୁକ୍ତି । ଆଦେଶ ଦେଲେ ଛତିଶଗଡର ରାଜନାଦଗାଁଓ ଜିଲ୍ଲା କୋର୍ଟ ।
![କଇଁଛଙ୍କୁ ମିଳିଲା ନୂଆ ଜୀବନ, 4 ବର୍ଷ ଧରି ପାଣି ଟାଙ୍କିରେ ବିତୁଥିଲା ଜୀବନ](https://etvbharatimages.akamaized.net/etvbharat/prod-images/768-512-4183343-thumbnail-3x2-turtl.jpg)
ରାଜନାନ୍ଦଗାଁଓର ବସନ୍ତପୁର ଥାନାରେ ଥିବା ପାଣିଟାଙ୍କିରେ ଗତ 2015 ମସିହାରୁ 3ଟି କଇଁଛ ଛଡାଯାଇଥିଲା । କିନ୍ତୁ ଏବେ ସେମାନଙ୍କୁ ଛାଡିଦେବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି ।
ସୂଚନାନୂସାରେ, ବସନ୍ତପୁର ପୋଲିସ ସେପ୍ଟେମ୍ବର 2015ରେ ମହାମାୟା ଚୌକ ନିକଟରେ କିଛି କଇଁଛ ତସ୍କରୀଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ମାନଙ୍କ ସହ 4ଟି କଇଁଛଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ 3ଟି କଇଁଛଙ୍କୁ ଉକ୍ତ ଥାନାର ଏକ ପାଣି ଟାଙ୍କିରେ ଛଡାଯାଇଥିଲା । ଏହି ଘଟଣା ବନ ବିଭାଗ ଓ ବସନ୍ତପୁର ପୋଲିସ ମଧ୍ୟରେ ଅଟକି ରହିଥିବାବେଳେ ଏବେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ କଇଁଛଙ୍କୁ ଛାଡିଦିଆଯିବ ।