ଲକ୍ଷ୍ନୌ: ବହୁ ସମୟରେ କର୍ତ୍ତବ୍ୟରେ ଅବହେଳା ପାଇଁ ସମାଲୋଚିତ ହେଉଥିବା ପୋଲିସ ବେଳେବେଳେ କିଛି ନିଆରା ସମାଜ ସେବା କରି ପ୍ରଶଂସା ସାଉଁଟିଥାଏ । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଲକ୍ଷ୍ନୌ ମହିଳା ପୋଲିସ ପକ୍ଷରୁ । ପରିବାର ଲୋକ ମନାକରିବା ପରେ ଘରୁ ବାହାରି ଯାଇଥିବା ପ୍ରେମୀଯୁଗଳଙ୍କୁ ଖୋଜି ଥାନାକୁ ଆଣି ବାହାଘର କରିଛି ଲକ୍ଷ୍ନୌ ମହିଳା ଥାନା ପୋଲିସ ।
ପ୍ରେମୀଯୁଗଳଙ୍କ ଥାନାରେ ବାହାଘର - ପ୍ରେମୀ ଯୋଡାକୁ ବାହାକଲା ଲକ୍ଷ୍ନୌ ମହିଳା ପୁଲିସ
ଘର ଲୋକ ପ୍ରେମକୁ ଅସ୍ବୀକାର କରିବା ପରେ ଘରୁ ବାହାରି ଯାଇଥିଲେ ପ୍ରେମୀଯୁଗଳ । ପରେ ଥାନାରେ ହେଲା ଉଭୟଙ୍କ ବାହାଘର । ଅଧିକ ପଢନ୍ତୁ...
ଘଟଣାଟି ଉତ୍ତର ପ୍ରଦେଶ ଲକ୍ଷ୍ନୌର ବନ୍ଥରା ଥାନା ଅଞ୍ଚଳର । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀର ପ୍ରେମକୁ ତାଙ୍କ ଘର ଲୋକ ଅସ୍ବୀକାର କରିବା ପରେ ସେ ପ୍ରେମିକଙ୍କ ସହ ଘରୁ ଲୁଚି ପଳାଇଥିଲା । ଏନେଇ ପରିବାର ବର୍ଗ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମହିଳା ପୋଲିସ ଉଭୟ ପ୍ରେମୀଯୁଗଳଙ୍କୁ ଖୋଜି ପାଇଥିଲା । ପରେ ଉଭୟ ବାହାଘର ପାଇଁ ପୋଲିସକୁ ସାହାଯ୍ୟ ମାଗିଥିଲେ । ପୋଲିସ ନିଜ ସାମାଜିକ ଦାୟିତ୍ବ ତୁଲାଇବାକୁ ଯାଇ ମନ୍ଦିରରେ ପ୍ରେମୀଯୁଗଳଙ୍କ ବାହାଘର କରିଛନ୍ତି । ପରେ ଥାନା ଆଗରେ ପୋଲିସ ସମ୍ମୁଖରେ ଫୁଲମାଳ ଦେଇ ଉଭୟ ପୋଲିସର ଆଶୀର୍ବାଦ ନେଇଥିଲେ । ପୋଲିସ କମିଶନର ବାହାଘରରେ ଉପସ୍ଥିତ ରହି ବରକନ୍ୟାକୁ ଆଶୀର୍ବାଦ ଦେଇଥିଲେ ।
@ANI
TAGGED:
BLANK FOR LINK