ଓଡିଶା

odisha

ପୁଞ୍ଛରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, 3 ଭାରତୀୟ ନାଗରିକ ମୃତ

By

Published : Jul 18, 2020, 12:33 AM IST

ଘଟିରେ ପାକିସ୍ତାନର ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ 3 ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗତ 1 ମାସ ମଧ୍ୟରେ ପାକିସ୍ତାନ ଅନେକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି । ଅଧିକ ପଢନ୍ତୁ...

ପୁଞ୍ଛରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, 3 ଭାରତୀୟ ନାଗରିକ ମୃତ
ପୁଞ୍ଛରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, 3 ଭାରତୀୟ ନାଗରିକ ମୃତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ପୁଞ୍ଛ ଜିଲ୍ଲାର ଖମରାରା ସେକ୍ଟରରେ ଶୁକ୍ରବାର ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିବିନିମୟରେ 3 ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତକମାନେ ଖାରି ଖମରାରା ସେକ୍ଟରର 58 ବର୍ଷୀୟ ମହମ୍ମଦ ରଫିକଙ୍କ ସହ ତାଙ୍କ ସ୍ତ୍ରୀ ରାଫିଆ ବି ଓ ପୁଅ ଇରଫାନ ବୋଲି ଜଣାପଡିଛି । ଏଲଓସି ନିକଟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଗୁଳି ବର୍ଷା ସହ ମୋଟାର ମାଡ କରିଥିଲା । ଫଳରେ ଘଟଣା ସ୍ଥଳରେ ଏହି ତିନି ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି ।

ଭାରତ ଓ ପାକିସ୍ତାନ ସୀମା(ଏଲଓସି)ରେ ବାରମ୍ବାର ପାକିସ୍ତାନ ସେନା ଏପରି ହୀନ କାର୍ଯ୍ୟ ଜାରି ରଖିଛି । ପୂର୍ବରୁ 8 ଜୁଲାଇରେ ପାକିସ୍ତାନ ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା । ଏଥିରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ ।

ଗତ 1 ମାସ ମଧ୍ୟରେ ପାକିସ୍ତାନ ଅନେକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଛି । 30 ଜୁନରେ ମଧ୍ୟ ପାକିସ୍ତାନ ପକ୍ଷରୁ ବାରାମୁଳା ଜିଲ୍ଲାର ନୌଗାମ ସେକ୍ଟରରେ ଗୁଳିବିନିମୟ ହୋଇଥିଲା । ଏଥିରେ ମୋଟାର ମାଡ ମଧ୍ୟ କରିଥିଲା ପାକିସ୍ତାନ । ଘାଟିର କୁପଓ୍ବାଡାରେ 16 ଜୁଲାଇ ଭାରତୀୟ ସେନା ଏଲଓସି ପାଖ ଅଞ୍ଚଳରେ ଆତଙ୍କବାଦୀଙ୍କ ଅନୁପ୍ରବେଶର ଚେଷ୍ଟାକୁ ବିଫଳ କରିଦେଇଥିଲା । ଏହି ଅପରେସନରେ ସୁରକ୍ଷାବଳ ଜଣେ ଆତଙ୍ଗବାଦୀକୁ ମାରିଦେଇଥିଲେ । ତେବେ ପାକିସ୍ତାନର ଏପରି କାର୍ଯ୍ୟକୁ ବୀରତାର ସହ ଭାରତୀୟ ସେନା ସାମ୍ନା କରିବା ସହ ମୁହଁତୋଡ ଜବାବ ଦେଉଛି ।

ABOUT THE AUTHOR

...view details