ମୁମ୍ବାଇ: ମହାମାରୀ କୋରୋନା ଯୋଗୁଁ ଅଦାଲତର କାର୍ଯ୍ୟକାରିତା ପ୍ରଭାବିତ ହୋଇଛି । ଫଳରେ ଲକଡାଉନରେ ମାଲେସିଆରେ ଥିବା ପତ୍ନୀ ଓ ମୁମ୍ବାଇ ଜଲଗାଓଁରେ ସ୍ୱାମୀ ଥିବାବେଳେ ଭିଡିଓ କଲିଂ ମାଧ୍ୟମରେ ଦୁହିଁଙ୍କ ଛାଡପତ୍ର ହୋଇଛି ।
2018 ମସିହାରେ ପୁଣେର ଝିଅ ଓ ଜାଲଗାଓଁର ପୁଅ ବିବାହ କରିଥିଲେ । ବିବାହର ଦୁଇ ମାସ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ମତଭେଦ ହୋଇଥିଲା । ପରେ ଦୁହେଁ ପରସ୍ପର ସହମତ ହୋଇ ଶେଷରେ ଅଲଗା ହେବାକୁ ସ୍ଥିର କରିଥିଲେ । ଜୁନ୍ 2019 ରେ ଫ୍ୟାମିଲି କୋର୍ଟରେ ଶୁଣାଣି ପାଇଁ ରଖାଯାଇଥିଲା। ଏହାପରେ ମହିଳା ଜଣଙ୍କ କୌଣସି କାମରେ ମାଲେସିଆ ଚାଲିଯାଇଥିଲେ । ପ୍ରଥମେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା । ତାଙ୍କୁ ଛାଡପତ୍ର ନକରିବାକୁ ଓକିଲ ମଧ୍ୟ କୋର୍ଟଙ୍କୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଛାଡପତ୍ର ପାଇବାକୁ ଦୁହେଁ ଜିଦ୍ ଧରିଥିଲେ । ଜଷ୍ଟିସ ରିତିଶ ଲିମକରଙ୍କ କୋର୍ଟରେ ଶୁଣାଣି ପାଇଁ ଏହି ମାମଲା ଆସିଥିଲା ।