ହାଇଦ୍ରାବାଦ: ଧରାପୃଷ୍ଠରେ ସର୍ବବୃହତ ସ୍ଥଳଚର ବଳଶାଳୀ ସ୍ତନ୍ୟପାୟୀ ଜୀବ ହାତୀ । ହେଲେ କ୍ରମଶଃ ଗଜରାଜଙ୍କ ବଂଶ ବିଲୋପ ଆଡକୁ ଦ୍ରୁତ ଗତିରେ ଗତି କରୁଛି । ହାତୀ-ମଣିଷ ମଧ୍ୟରେ ଲଢ଼େଇ ଥମିବାର ନାଁ ଧରୁନି । ହାତୀ ମଣିଷଙ୍କ ମୁହାଁମୁହଁରେ ଉଭୟଙ୍କର ଭୟଙ୍କର କ୍ଷତି ହେଉଛି । ଫସଲ ହାନୀ ଠାରୁ ଆରମ୍ଭ କରି ଜୀବନହାନୀ ଘଟୁଛି।
ଏହାର ମୁଖ୍ୟକାରଣ ହେଲା ହାତୀଙ୍କ ଆବାସସ୍ଥଳୀ ହ୍ରାସ, ତାଙ୍କ ବିଚରଣ ସ୍ଥଳୀ ପାଖରେ କୋଳାହଳମୟ ପରିସ୍ଥିତି ସୃଷ୍ଟି ଇତ୍ୟାଦି। ସେଥିପାଇଁ ସେମାନେ ଜନବସତି ମୁହାଁ ହୋଇ ଜନଜୀବନ ହାନୀ କରିବାରେ ପଶ୍ଚାତ୍ପଦ ହେଉ ନାହାଁନ୍ତି । ସର୍ବୋପରି ସେମାନଙ୍କ ପାଇଁ ଅନେକ ଦୂରରେ ଜଙ୍ଗଲ ସୃଷ୍ଟି କରାଯାଇପାରିଲେ ସେମାନେ ନିର୍ଭୟ ଓ ନିର୍ଦ୍ଦ୍ବନ୍ଦରେ ରହିପାରିବେ । ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ଆସାମର ଦୁଇ ଯୁବ ପରିବେଶବିତ୍ ପତି-ପତ୍ନୀ ଏକ ନିଆରା ଉପାୟ ଆପଣାଇଛନ୍ତି । ଆସାମର ନୌଗାଁର ଏହି ଦୁଇ ପରିବେଶବିତ୍ଙ୍କ ଉପାୟପନ୍ଥା ହାତୀଙ୍କୁ ଜନବସତି ମୁହାଁ ହେବାରୁ ପ୍ରତିରୋଧ କରବାରେ ଅନେକାଶଂରେ ସଫଳ ହେବାରେ ଲାଗିଛି।
ଫସଲ କ୍ଷେତ, ଜୀବନହାନୀ, ହାତୀ ମଣିଷ ଲଢେଇକୁ ନିଜ ସାଧ୍ୟ ଅନୁସାରେ କମ୍ କରିବା ପାଇଁ ଏହି ଉପାୟ ବଳରେ ଖାଦ୍ୟ ସନ୍ଧାନରେ ଜନବସତି ମୁହାଁ ହେବାରୁ ହାତୀପଲଙ୍କୁ ରୋକାଯାଇପାରିବ। ପରିବେଶବିତ୍ ବିନୋଦ ଡୁଲୁ ବୋରା ଜଙ୍ଗଲ ସୃଷ୍ଟି କରିବା ସହ ହାତୀପଲଙ୍କ ବାସସ୍ଥଳୀରେ ସେମାନଙ୍କ ଖାଦ୍ୟର ବ୍ୟବସ୍ଥା କରିଛନ୍ତି । ପାହାଡର ଢାଲୁ ଅତିକ୍ରମ ପରେ ହାତୀଙ୍କ ପାଇଁ ସେ ସୃଷ୍ଟି କରିଥିବା ଜଙ୍ଗଲ ସେମାନଙ୍କ ଖାଦ୍ୟାଭାବ ଦୂର କରିବ । ପାହାଡ ଗଡିଲା ମାତ୍ରେ ହାତୀପଲଙ୍କୁ ବିଭିନ୍ନ ପ୍ରକାର ଧାନଜାତୀୟ ଫସଲ, ଘାସରେ ପରିପୂର୍ଣ୍ଣ ବିରାଟ ବଗିଚା, କଦଳୀ, ମକା ଆଦି ବୃକ୍ଷ ରୋପଣ କରିଛନ୍ତି। ଏହି ଉପାୟର କାର୍ଯ୍ୟକାରୀ ପରେ ନିକଟସ୍ଥ ସାମଗୁରୀ, ବରହାମପୁରର ଚାଷୀ ବିଶେଷ ଭାବରେ ଉପକୃତ ହେବାର ସୂଚନା ମିଳିଛି ।
60 ବିଘା ଜମିରେ ହାତୀପଲଙ୍କୁ ଖାଦ୍ୟଦ୍ରବ୍ୟ ଯୋଗାଇବା ପାଇଁ ଫସଲ ଲଗାଯାଇଛି । ଏହା ବ୍ୟତିରେକ ହାଥିଗୁଲୀ କ୍ଷେତ୍ରରେ ସନାପାଲ ଅଞ୍ଚଳ ଗ୍ରାମବାସୀ ହାତୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ 200 ବିଘା ଜମିରେ ଧାନ ଚାଷ କରିଛନ୍ତି । ଏହାର ସୁଫଳ ମଧ୍ୟ ଗ୍ରାମବାସୀଙ୍କୁ ଲଗାତାର ଭାବରେ ମିଳିଛି । ଗତବର୍ଷ ଅପେକ୍ଷା ଚିଳତ ବର୍ଷ ଏହି ସମସ୍ତ ଅଞ୍ଚଳରେ ହାତୀଙ୍କ ଦ୍ବାର କ୍ଷୟକ୍ଷତିର ପରିମାଣ ଦ୍ରୁତ ଭାବରେ ହ୍ରାସ ପାଉଛି।
ଏହାକୁ ନେଇ ଦୁଲୁବୋରାର ବନ୍ୟଜନ୍ତୁ ସଂରକ୍ଷଣ ଏନଜିଓ ‘ହାତୀ ବନ୍ଧୁ’ ସହ ହାତ ମିଳାଇ ହାତୀଙ୍କ ପାଇଁ ଧାନ ଚାଷ କରୁଛନ୍ତି। ଏହି ଅଭିଯାନ ପ୍ରଦୀୟ ଭୂୟାଁଙ୍କ ଦ୍ବାରା ପରିଚାଳିତ ହେଉଛି। ଏହାସହ 200 ବିଘା ଜମିରେ ଚାଷୀଙ୍କ ପାଇଁ ଧାନ ଚାଷ କରିବା ଭଳି ବିରାଟ ଅଭିଯାନ ହାତୀଗୁଲି ଗ୍ରାମର ଲୋକେ ନୌଗାଁ ଡିଭିଜିନାଲ ଫରେଷ୍ଟ ଅଫିସର ଜିରାଜେନ ଚୌଧୁରୀ ଓ ଜିଲ୍ଲା କୃଷି ବିଭାଗର ପ୍ରଚେଷ୍ଟା ଫଳରେ ସାଧ୍ୟ ହୋଇପାରିଛି । ଏହାସହ ଏହି ଅଭିଯାନର ପ୍ରମୁଖ ସୂତ୍ରଧର ଡାଲୁ ବୋରାଙ୍କୁ ତାଙ୍କ ପତ୍ନୀ ମୟୂର ହଜାରିକା ପୂର୍ଣ୍ଣ ସମର୍ଥନ ଓ ସହଯୋଗ ରହିଥିଲା।
ହାତୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଜଙ୍ଗଲ ସୃଷ୍ଟି କରିଛନ୍ତି ପରିବେଶବିତ୍ ପତି-ପତ୍ନୀ