ହାଇଦ୍ରାବାଦ: ସାରା ବିଶ୍ବକୁ ଅଚଳ କରିଦେଇଛି ମହାମାରୀ କୋଭିଡ-19 । ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି । ସମସ୍ତ ପ୍ରକାର ସେକ୍ଟର ଏକପ୍ରକାର ଠପ ହୋଇଯାଇଛି । ତିନି ମାସ ତଳେ ଚୀନରୁ ବାହାରିଥିବା ଏହି ଭୂତାଣୁ ଏବେ ସାରା ବିଶ୍ବ ପାଇଁ ଆତଙ୍କ ପାଲଟିଛି । ଉହାନର ଅଳ୍ପ କେତେକ ପଜିଟିଭ ଆଜି ଲକ୍ଷ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିଛି ।
କୋରୋନା ଯୋଗୁଁ ବିଶ୍ବର ଆର୍ଥିକ ସ୍ଥିତି ଦୋହଲିଯାଇଛି । ସମସ୍ତ ରାଷ୍ଟ୍ର ନିଜ ସୀମା ବନ୍ଦ କରିଦେଇଛନ୍ତି । ଘରେ ସମସ୍ତେ ନଜର ବନ୍ଦୀ ପରି ରହୁଛନ୍ତି । ଆମ ଦେଶରେ ମଧ୍ୟ ସ୍ଥିତି ଖରାପ ହେଲାଣି । ଏପର୍ଯ୍ୟନ୍ତ 27 ହଜାରରୁ ଅଧିକ ଆକ୍ରାନ୍ତ ବାହାରିଲେଣି । ତେବେ ଏବେ ବି ବିଶ୍ବର କିଛି ରାଷ୍ଟ୍ର ଅଛନ୍ତି ଯେଉଁଠାରେ କୋରୋନା ପହଞ୍ଚିପାରିନି । ଏହି ସଂଖ୍ୟା ଅଳ୍ପ କିମ୍ବା ଶୂନ ରହିଛି । ଆଶା କରୁଛୁ ଆମେ ମଧ୍ୟ ଖୁବଶୀଘ୍ର ଏହି ତାଲିକାରେ ପାଦ ଦେବୁ । ତେବେ ଆସନ୍ତୁ ଜାଣିବା ସେପରି କିଛି ରାଷ୍ଟ୍ରଙ୍କ ତାଲିକା । ଜନ ହପକିନ୍ସ ବିଶ୍ବବିଦ୍ୟାଳୟ ଦ୍ବାରା ସଂଗୃହୀତ ତଥ୍ୟ ତଳେ ପ୍ରଦାନ କରାଗଲା ।
- ଆଫ୍ରିକାର ଲେସୋଥୋ ଏବଂ କୋମୋରୋସ
- ମଧ୍ୟପ୍ରାଚ୍ୟର କିରିବାଟି
- ଓସେନିଆର ମାର୍ଶଲ ଆଇଲାଣ୍ଡସ, ମାଇକ୍ରୋନେସିଆ, ନୌରୁ ଓ ସାମୋଆ
- ଉତ୍ତର କୋରିଆ