ଓଡିଶା

odisha

ETV Bharat / bharat

ଦିଲ୍ଲୀ ନିର୍ବାଚନ: କାହାକୁ ମିଳିବ ହନୁମାନଙ୍କ ଆଶୀର୍ବାଦ?

କିଛି ସମୟ ପରେ ଆସିବ ଦିଲ୍ଲୀ ନିର୍ବାଚନର ଫଳାଫଳ । କାହାକୁ ମିଳିବ ବଜରଙ୍ଗବଲୀଙ୍କ ଆଶୀର୍ବାଦ ତାହା ଆଜି ସ୍ପଷ୍ଟ ହେବ । ଅଧିକ ପଢନ୍ତୁ...

ଦିଲ୍ଲୀ ନିର୍ବାଚନ: କାହାକୁ ମିଳିବ ହନୁମାନଙ୍କ ଆଶୀର୍ବାଦ?
ଦିଲ୍ଲୀ ନିର୍ବାଚନ: କାହାକୁ ମିଳିବ ହନୁମାନଙ୍କ ଆଶୀର୍ବାଦ?

By

Published : Feb 11, 2020, 8:24 AM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଗଣନା । ନିର୍ବାଚନ ପ୍ରଚାର ସମୟରେ ମନ୍ଦିର ଦର୍ଶନ ଓ ହନୁମାନ ଚାଳିସାକୁ ନେଇ ଆମ୍ନାସାମ୍ନି ଥିଲେ ବିଜେପି ଓ ଆମ ଆଦମି ପାର୍ଟି । ତେବେ ଜନତା କାହା ପାଇଁ ସଙ୍କଟ ମୋଚକ ସାବ୍ୟସ୍ତ ହେବେ ସେ ଚିତ୍ର ଆଜି ସ୍ପଷ୍ଟ ହୋଇଯିବ ।

ଦିଲ୍ଲୀ ନିର୍ବାଚନ: କାହାକୁ ମିଳିବ ହନୁମାନଙ୍କ ଆଶୀର୍ବାଦ?

ଦିଲ୍ଲୀ ଦଖଲ କରିବାକୁ ଚାହୁଁଥିବା ସବୁ ଦଳ ଫଳାଫଳ ପାଇଁ ଭଗବାନଙ୍କ ଶରଣରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଜନ ସମର୍ଥନ ହାସଲ କରିବା ପାଇଁ ରୋଡ ଶୋ କରିବା ସହ ହନୁମାନ ମନ୍ଦିର ଯାଇଥିଲେ । ଅନ୍ୟପକ୍ଷେ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ବାରୀ ମଧ୍ୟ ହନୁମାନ ମନ୍ଦିର ଯାଇ ବଜରଙ୍ଗବଲୀଙ୍କ ଦର୍ଶନ କରିଥିଲେ ।

ମଙ୍ଗଳବାର ମତଗଣନା ଆରମ୍ଭ ହେବାକୁ ଥିବା ବେଳେ ବିଜେପି ସାଂସଦ ବିଜୟ ଗୋୟେଲ ମଧ୍ୟ କନ୍ନଟ ପ୍ଲେସର ସେହି ହନୁମାନ ମନ୍ଦିର ଯାଇ ଭଗବାନ ହନୁମାନଙ୍କ ଆଶୀର୍ବାଦ ନେବାସହ ସବୁକିଛି ମଙ୍ଗଳ ହେଉ ବୋଲି କାମନା କରିଛନ୍ତି । ଏକଜିଟ ପୋଲରେ ଆମ ଆଦମି ପାର୍ଟିକୁ ବହୁମତ ମିଳିଥିବା ବେଳେ ବିଜେପି କିନ୍ତୁ ଏହାକୁ ଖାରଜ କରିଛି । ତେବେ ଏହି ଆଜି ମଙ୍ଗଳବାରରେ କାହାର ମଙ୍ଗଳ ହେବ ତାହା କିଛି ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details