ନୂଆଦିଲ୍ଲୀ: ଲକ ଡାଉନ ଯୋଗୁଁ ସାତ ଦିନ ହେଲାଣି ରାଜଧାନୀରେ ପଡିରହିଛି ମୃତଦେହ । ସେପଟେ ପାଞ୍ଚ ପାଞ୍ଚଟି କୁନି ଛୁଆଙ୍କୁ ଧରି ଗାଁରୁ ସହର ପର୍ଯ୍ୟନ୍ତ ଆସିପାରୁନାହାନ୍ତି ମୃତକଙ୍କ
ପତ୍ନୀ ପୁନମ । ଏଭଳି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀ ଠାରୁ 850 କିଲୋମିଟର ଦୂର ଗୋରଖପୁରର ଚୌରୀଚୌରା ଗାଁରେ ।
ପୁନମଙ୍କ ପତି ସୁନିଲ ରାଜଧାନୀରେ ଦିନ ମଜୁରୀଆ ଭାବେ କାର୍ଯ୍ୟ କରୁଥିଲେ । ଲକ ଡାଉନ ସମୟରେ ତାଙ୍କର ହାଡଫୁଟି ହୋଇଯାଇଥିଲା । ଚିକିତ୍ସା ମଧ୍ୟ ହେଉଥିଲା । କିନ୍ତୁ ତାଙ୍କ ଜୀବନ ବଞ୍ଚି ପାରିନଥିଲା ।
ଫଳରେ ପୁନମ ଗାଁରେ ସୁନିଲଙ୍କର ପୁତଳିକା ବନେଇ ଶେଷକୃତ୍ୟ କରିଛନ୍ତି । ସୁନିଲଙ୍କ ବର୍ଷକର ପୁଅ ଦେଇଛି ମୁଖାଗ୍ନି । ସ୍ଥାନୀୟ ତହସିଲଦାରଙ୍କୁ ସ୍ବାମୀଙ୍କ ସଂସ୍କାର କରିଦେବାକୁ କହିଛନ୍ତି ପୁନମ । ଶେଷକୃତ୍ୟ ପରେ ତାଙ୍କର ଅସ୍ଥି ଆଣିବାର ବ୍ୟବସ୍ଥା କରିଦିଅନ୍ତୁ ।