ଓଡିଶା

odisha

ETV Bharat / bharat

ପରଲୋକରେ ଆଇଟିସି ଚେୟାରମ୍ୟାନ ୱାଇ.ସି ଦେବେଶ୍ବର

ଆଇଟିସି ଗ୍ରୁପର ଚେୟାରମ୍ୟାନ ୱାଇ.ସି ଦେବେଶ୍ବରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 72 ବର୍ଷ ହୋଇଥିଲା ।

ଫଟୋ ସୌଜନ୍ଯ:ଏଏନଆଇ

By

Published : May 11, 2019, 7:12 PM IST

କୋଲକାତା: ଆଇଟିସି ଗ୍ରୁପର ଚେୟାରମ୍ୟାନ ୱାଇ.ସି ଦେବେଶ୍ବରଙ୍କ ପରଲୋକ ଘଟିଛି । ବହୁ ଦିନ ଧରି ସେ ଅସୁସ୍ଥ ଥିଲେ । ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ 72 ବର୍ଷ ହୋଇଥିଲା ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ୍ କରି ଲେଖିଛନ୍ତି, ‘ମୁଁ ଏହି ଘଟଣାରେ ଦୁଃଖିତ । ୱାଇ.ସି ଦେବେଶ୍ବର କରପୋରେଟ ଜଗତର ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ଏକ ପ୍ରତିଷ୍ଠିତ କ୍ୟାପଟେନ ହିସାବରେ ସେ ବହୁ ସ୍ମୃତି ଛାଡି ଦେଇଗଲେ । ତାଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି। ’

ତେବେ 2011ରେ ୱାଇ.ସି ଦେବେଶ୍ବରଙ୍କୁ ପଦ୍ମ ଭୂଷଣ ପୁରସ୍କାର ମିଳିଥିଲା । ଏଥିସହ ସେ ଆଇଟିସିର ମୁଖ୍ୟ ରୂପେ ଭାରତର ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା କର୍ପୋରେଟର ଥିଲେ । 1968ରେ ସେ ଆଇଟିସିରେ ଯୋଗ ଦେଇଥିଲେ । ଏକ ତମ୍ବାଖୁ କମ୍ପାନୀ ଏଫଏମସିଜି (ଫାଷ୍ଟ ମୁଭିଙ୍ଗ୍ କଞ୍ଜ୍ୟୁମର ଗୁଡ୍)ର ସୁତ୍ରଧାର ଥିଲେ । ସେ 1966ରେ ଏହି କମ୍ପାନୀର ଚେୟାରମ୍ୟାନ ପଦବୀରେ ନିଯୁକ୍ତି ହୋଇଥିଲେ । ତେବେ ସେ ଆସିବା ପରେ କମ୍ପାନୀର ରାଜସ୍ବ ଆୟ 5200କୋଟିରୁ ବଢି 51,500 କୋଟିରେ ପହଁଞ୍ଚିଥିଲା ।

1991-1994 ମଧ୍ୟରେ ୱାଇ.ସି ଦେବେଶ୍ବର ଏୟାର ଇଣ୍ଡିଆର ଚେୟାରମ୍ୟାନ ଏବଂ ମ୍ୟାନେଜର ଡାଇରେକ୍ଟର ପଦବୀରେ ଥିଲେ । ଏଥିସହ ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ମଧ୍ୟ ନିର୍ଦ୍ଦେଶକ ଥିଲେ । ତେବେ ସେ 2017ରେ ଆଇଟିସିର ଚେୟାରମ୍ୟାନ ପଦବୀରେ ନିଯୁକ୍ତ ହୋଇଥିଲେ ।

ABOUT THE AUTHOR

...view details