ନୂଆଦିଲ୍ଲୀ: ୨୦୨୧ ଏପ୍ରିଲ ସୁଦ୍ଧା ଭାରତୀୟଙ୍କୁ ମିଳିଯିବ କୋଭିଡ ଟିକା । ଏନେଇ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ସିଆଇଆଇ)ର ସିଇଓ ଆଦର ପୁନାୱାଲା ଗୁରୁବାର କହିଛନ୍ତି। ତେବେ ସ୍ବାସ୍ଥ୍ୟ କର୍ମୀ ଏବଂ ବୟସ୍କଙ୍କୁ ଫେବୃଆରୀ 2021 ସୁଦ୍ଧା ଏବଂ ଏପ୍ରିଲ ସୁଦ୍ଧା ସାଧାରଣ ଲୋକଙ୍କୁ ଦିଆଯିବ ବୋଲି ସେ କହିଛନ୍ତି । ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ ଟିକାର ଦୁଇଟି ମାତ୍ରାର ମୂଲ୍ୟ ପାଖାପାଖି ୧୦୦୦ ଟଙ୍କା ରହିବ। ତେବେ ଟିକାର ଚୂଡ଼ାନ୍ତ ପରୀକ୍ଷଣ ଫଳାଫଳ ଏବଂ ନିୟାମକ ମଞ୍ଜୁରି ପରେ ପ୍ରକୃତ ମୂଲ୍ୟ ସ୍ପଷ୍ଟ ହେବ ବୋଲି ପୁନାୱାଲା କହିଛନ୍ତି।
ଆସନ୍ତା ଏପ୍ରିଲ ସୁଦ୍ଧା ଭାରତୀୟଙ୍କୁ ମିଳିଯିବ କୋରୋନା ଟିକା: ସେରମ ସିଇଓ - ଆଦର ପୁନାୱାଲା
୨୦୨୧ ଏପ୍ରିଲ ସୁଦ୍ଧା ଭାରତୀୟଙ୍କୁ ମିଳିଯିବ କୋଭିଡ ଟିକା । ଏନେଇ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ସିଆଇଆଇ)ର ସିଇଓ ଆଦର ପୁନାୱାଲା ଗୁରୁବାର କହିଛନ୍ତି । ପ୍ରାଥମିକତାରେ ପ୍ରଥମେ ବୟସ୍କ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଅଧିକ ପଢନ୍ତୁ...
![ଆସନ୍ତା ଏପ୍ରିଲ ସୁଦ୍ଧା ଭାରତୀୟଙ୍କୁ ମିଳିଯିବ କୋରୋନା ଟିକା: ସେରମ ସିଇଓ Coronavirus vaccine should be available for public by April 2021: Serum Institute CEO](https://etvbharatimages.akamaized.net/etvbharat/prod-images/768-512-9611446-thumbnail-3x2-vaccine.jpeg)
ସମ୍ଭବତଃ 2024 ସୁଦ୍ଧା ପ୍ରତ୍ୟେକ ଭାରତୀୟଙ୍କୁ ଟିକାକରଣ କରାଯିବ ବୋଲି ସେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ ସମ୍ମିଳନୀ (HTLS) ରେ ସେ କହିଛନ୍ତି । ଅପରପକ୍ଷେ, ଭାରତ ସରକାରଙ୍କୁ ଟିକା କମ୍ ମୂଲ୍ୟରେ ଯୋଗେଇ ଦିଆଯିବ। ଭାରତ ଅଧିକ ମାତ୍ରାରେ ଟିକା କିଣିବାକୁ ଯୋଜନା କରିଥିବାରୁ ଅପେକ୍ଷାକୃତ ଶସ୍ତାରେ ପାଇପାରିବ ବୋଲି ପୁନାୱାଲା କହିଛନ୍ତି। ତେବେ ସମ୍ପୂର୍ଣ୍ଣ ଭାରତକୁ ଟିକାକରଣ କରିବାକୁ ପାଖାପାଖି ଦୁଇରୁ ତିନି ବର୍ଷ ଲାଗିଯିବ।
ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକାର ଚୂଡ଼ାନ୍ତ ପରୀକ୍ଷଣ ବେଶ୍ ସଫଳ ହୋଇପାରିଛି ଏବଂ ବୟସ୍କ ଲୋକଙ୍କ ଶରୀରରେ ଏହା ଫଳପ୍ରଦ ହୋଇଛି। ନିରାପତ୍ତା ଦୃଷ୍ଟିକୋଣରୁ ଆମେ ନିୟାମକ ଅନୁମତିକୁ ଅପେକ୍ଷା କରିଛୁ ବୋଲି ପୁନାୱାଲା କହିଛନ୍ତି।