ଓଡିଶା

odisha

ETV Bharat / bharat

ଡାକ୍ତରଙ୍କ ଦମ୍ଭୋକ୍ତି, କୋରୋନା ମହଷୌଧୀ, ଜିଙ୍କ ଓ ଗରମ ପାଣି ! - coronavirus-treatment-by-zinc-and-warm- water

କୋରୋନା ଚିକିତ୍ସାରେ କିଛି ଔଷଧ ଫଳପ୍ରଦ ହେଉଛି ବୋଲି କେରଳର ଜଣେ ଡାକ୍ତର ଦାବି କରିଛନ୍ତି। ତାଙ୍କ କହିବା ଅନୁସାରେ ଜିଙ୍କ୍ ଓ ଗରମ ପାଣିରେ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ସେ ଚିକିତ୍ସା କରୁଥିବା ପାଖାପାଖି 7 ରୁ 8 ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅଧିକ ଖବର ପଢନ୍ତୁ...

ଡାକ୍ତରଙ୍କ ଦମ୍ଭୋକ୍ତି, କୋରୋନା ମହଷୌଧୀ, ଜିଙ୍କ ଓ ଗରମ ପାଣି !
ଡାକ୍ତରଙ୍କ ଦମ୍ଭୋକ୍ତି, କୋରୋନା ମହଷୌଧୀ, ଜିଙ୍କ ଓ ଗରମ ପାଣି !

By

Published : May 19, 2020, 10:57 AM IST

ବିଶ୍ବବ୍ୟାପୀ ଗୋଟିଏ ଚିନ୍ତା ଓ ଚର୍ଚ୍ଚା ହେଉଛି କୋରୋନା। ଏହି ମହାମାରୀ ସମସ୍ତଙ୍କୁ ଅଣନିଶ୍ବାସୀ କରି ରଖିଦେଇଛି। ବଢିଚାଲିଛି ସଂକ୍ରମଣ ଓ ମୃତ୍ୟୁହାର। ଏବେ ଅପେକ୍ଷା ଔଷଧ ଓ ଭ୍ୟାକ୍ସିନର। ତେବେ କୋରୋନା ଚିକିତ୍ସାରେ କିଛି ଔଷଧ ଫଳପ୍ରଦ ହେଉଛି ବୋଲି କେରଳର ଜଣେ ଡାକ୍ତର ଦାବି କରିଛନ୍ତି। ତାଙ୍କ କହିବା ଅନୁସାରେ ଜିଙ୍କ୍ ଓ ଗରମ ପାଣିରେ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ସେ ଚିକିତ୍ସା କରୁଥିବା ପାଖାପାଖି 7 ରୁ 8 ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଡାକ୍ତରଙ୍କ କହିବା ଅନୁସାରେ ଶରୀରରେ ଜିଙ୍କର ମାତ୍ରା ଆବଶ୍ୟକ ପରିମାଣରେ ରହିବା ଫଳରେ ସଂକ୍ରମଣର ଆଶଙ୍କା କମ ଥାଏ। ଯାହା ଫଳରେ ଭାଇରସର କୌଣସି ପ୍ରଭାବ ପଡେ ନାହିଁ। ଯାହା ମୋର ଦୀର୍ଘ 30 ବର୍ଷ ଥଣ୍ଡା ରୋଗୀଙ୍କୁ ଚିକିତ୍ସା ପଦ୍ଧତି ଓ ଅଭିଜ୍ଞତା କହୁଛି ବୋଲି ଦେବନ କହିଛନ୍ତି।

ଏହି ଡାକ୍ତରଙ୍କ ଚିକିତ୍ସା ପ୍ରଣାଳୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି। କାରଣ ଚିକିତ୍ସା କ୍ଷେତ୍ରରେ ଅଗ୍ରଣୀ ଓ ଶକ୍ତିଶାଳୀ ରାଷ୍ଟ୍ରଗୁଡିକ ଭ୍ୟାକ୍ସିନ ବାହାର କରିପାରିନଥିବା ବେଳେ ଗରମ ପାଣି ଓ ଜିଙ୍କ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ବାସ୍ତବିକ୍। କିନ୍ତୁ ଜଣେ ବ୍ୟକ୍ତି ଯଦି ନିଜର ଡାଏଟରେ ଜିଙ୍କ୍ ଯୁକ୍ତ ଖାଦ୍ୟ ଯଦି ସାମିଲ କରିବେ ତେବେ କୋରୋନା ଭଇରସ, ଫ୍ଲ୍ୟୁ ପରି ସଂକ୍ରମଣରୁ ରକ୍ଷା ମିଳିବ।

ଏହାସହ ଅନ୍ୟଏକ ଘଟଣା ଦେଖିବାକୁ ଗଲେ ତାମିଲନାଡୁର ରାଜ୍ୟସରକାର ମଧ୍ୟ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ଜିଙ୍କ୍ ଟାବଲେଟ ଖାଇବାକୁ ପରାମର୍ଶ ଦେଇଛନ୍ତି। ଏହି ଟାବଲେଟ ଦେଶର ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଖାଇବା ଜରୁରୀ ବୋଲି ଦେବନ ଯୁକ୍ତି ବାଢିଛନ୍ତି। ଯାହା ଦ୍ବାରା ଭାଇରସର ବିସ୍ତାର କମିଯିବ।

ଡକ୍ଟର ଦେବନଙ୍କ ଅନୁଯାୟୀ, ଶରୀରରେ ଜୀବାଣୁ ପ୍ରବେଶ କରିବାର 48 ଘଣ୍ଟା ମଧ୍ୟରେ ଏହି ଚିକିତ୍ସା ଆବଶ୍ୟକ। ଯଦି ରୋଗୀ ସାମାନ୍ୟ ଗଳା ଯନ୍ତ୍ରଣା ଅନୁଭବ କରେ ଏବଂ ଥକ୍କା ଅନୁଭବ କରେ, ତେବେ ଗରମ ପାଣି ପିଇବା ଆରମ୍ଭ କରିବା ଜରୁରୀ। ଯାହାଫଳରେ ଝାଳ ବାହାରିବ ଏବଂ ଶରୀରର ତାପମାତ୍ରା ଏକରୁ ଦୁଇ ଡିଗ୍ରୀ ବଢିବ।

ଯଦି ଶରୀରରେ ଜିଙ୍କ ସ୍ତର ସଠିକ୍ ଭାବରେ ରଖାଯାଏ, ତେବେ ରୋଗ ପ୍ରତିରୋଧକ ଶକ୍ତି ଦୃଢ ହେବ ଏବଂ ଜୀବାଣୁ ଅଦୃଶ୍ୟ ହୋଇଯିବେ। ଶରୀରରେ ପ୍ରତିଦିନ 40 ମିଲିଗ୍ରାମ ଜିଙ୍କ ଆବଶ୍ୟକ । ଜିଙ୍କ ବ୍ୟତୀତ ଅମୃତଭଣ୍ଡା ଏବଂ ତରଭୁଜ ମଞ୍ଜିର ପାଉଡର ପ୍ରସ୍ତୁତ କରାଯାଇ ଚାଉଳ ସହିତ ଖାଇ ପାରିବେ। ଜିଙ୍କ୍ ରିଚ୍ ୱାଲନଟ୍, ଡାର୍କ ଚକୋଲେଟ୍, ଧନିଆ ପତ୍ର ମଧ୍ୟ ଖାଇ ପାରିବେ। ସାଧାରଣତଃ ଏହାକୁ ସପ୍ତାହରେ ଦୁଇଥର ନେବାକୁ ପରାମର୍ଶ ଦିଆଯାଇଥିବାବେଳେ କୋରୋନା ସମୟରେ ଏହାକୁ ସପ୍ତାହରେ 10 ଦିନ ପର୍ଯ୍ୟନ୍ତ ନିଆଯାଇପାରେ। ତଥାପି, କେବଳ ଡାକ୍ତରଙ୍କ ପରାମର୍ଶ ପରେ ଏହିପରି କାର୍ଯ୍ୟ କରନ୍ତୁ।

ABOUT THE AUTHOR

...view details