ଓଡିଶା

odisha

ETV Bharat / bharat

କୋରୋନା ଭାଇରସ ପ୍ରକୋପ: ମୃତ୍ୟୁ ସଂଖ୍ୟା 170କୁ ବୃଦ୍ଧି - କୋରୋନା ଭାଇରସ ମୃତ୍ୟୁ ସଂଖ୍ୟା

ଚୀନ୍‌ରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୧୭୦ କୁ ପହଞ୍ଚିଛି । ସେହିପରି 7711 ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି ।

coronavirus
କୋରୋନା ଭାଇରସ

By

Published : Jan 30, 2020, 9:42 AM IST

ନୂଆଦିଲ୍ଲୀ: ଚୀନରେ କୋରୋନା ଭାଇରସ ଯୋଗୁଁ ଆକ୍ରାନ୍ତ ହେଉଥିବା ଏବଂ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ସମଗ୍ର ଚୀନ୍‌ରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୧୭୦ କୁ ପହଞ୍ଚିଛି । ସେହିପରି 7711 ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ସେପଟେ ସ୍ଥିତିର ଗମ୍ଭୀରତାକୁ ଦେଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପକ୍ଷରୁ ଗୁରୁବାର ଜରୁରୀକାଳିନ ବୈଠକ ଡକାଯାଇଛି । ଏହି ମାରାତ୍ମକ ଭାଇରସକୁ ଗ୍ଲୋବାଲ ହେଲ୍ଥ ଏମରଜେନ୍ସି ଘୋଷଣା କରିବା ଉଚିତ କି ନାହିଁ ତାହା ଏହି ବୈଠକରେ ନିଷ୍ପତ୍ତି ନିଆଯିବ । ତେବେ ଯଦି ଏପରି ହୁଏ ତାହାଲେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହି ଭାଇରସରୁ ବର୍ତ୍ତିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଜେନେରାଲ ଟେଡୋସ ଆଡ଼ନମ ଏନେଇ କହିଛନ୍ତି, ଚୀନ ବାହାରେ ମଧ୍ୟ କୋରୋନା ଭାଇରସ ଯୋଗୁଁ ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହା ଅତ୍ୟନ୍ତ ଚିନ୍ତାର ବିଷୟ । ଡବ୍ଲୁଏଚଓ ପକ୍ଷରୁ ଗତ ସପ୍ତାହରେ ବସିଥିବା ବୈଠକରେ କୋରୋନା ଭାଇରସକୁ ତରବରିଆ ଭାବରେ ଗ୍ଲୋବାଲ ହେଲ୍ଥ ଏମରଜେନ୍ସି ଘୋଷଣା ନକରିବାର ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏହାର ପ୍ରକୋପ ବୃଦ୍ଧି ପାଉଥିବାରୁ ଗୁରୁବାର ଇଣ୍ଟରନ୍ୟାସନାଲ ହେଲଥ ରେଗୁଲେଶନ ଇମାରଜେନ୍ସି କମିଟି ଦ୍ବାରା ଦ୍ବିତୀୟ ଥର ପାଇଁ ବୈଠକ ବସିବ । ଏହି ଭାଇରସ ପାଇଁ ସମଗ୍ର ବିଶ୍ବର ଲୋକେ ସତର୍କ ରହିବା ଉଚିତ ବୋଲି ସେ କହିଛନ୍ତି ।


ସୂଚନାଯୋଗ୍ୟ ଯେ, ଏହି ଭୂତାଣୁ ଜାପାନ, ଜର୍ମାନି, କାନାଡା ଏବଂ ଭିଏତ୍‌ନାମକୁ ମଧ୍ୟ ବ୍ୟାପୀ ଯାଇଛି। ଚୀନରେ ଥିବା ତା’ର ନାଗରିକମାନଙ୍କୁ ଜାପାନ ଫେରାଇ ନେଉଛି। ଫ୍ରାନ୍ସ , ନିଉଜିଲାଣ୍ଡ, ଭାରତ, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶ ମଧ୍ୟ ସେମାନଙ୍କ ନାଗରିକମାନଙ୍କୁ ଚୀନରୁ ଫେରାଇ ନେବାକୁ ପ୍ରସ୍ତୁତି କରୁଛନ୍ତି ।

ABOUT THE AUTHOR

...view details