ନୂଆଦିଲ୍ଲୀ: ସମଗ୍ର ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କୋରୋନା ଆତଙ୍କ । ଏଭଳି ପରିସ୍ଥିତି ସତର୍କତା ହିଁ ମାନବ ସମାଜକୁ ଏହି ମାରାତ୍ମକ ଭାଇରସ କବଳରୁ ରକ୍ଷା କରିପାରିବ । ଏହା ମଧ୍ୟରେ ଅଭିନେତ୍ରୀ ତଥା ସାଂସଦ ସ୍ମୃତି ଇରାନୀ ନିଜେ ଘରେ ବସି ମାସ୍କ ତିଆରି କରିଛନ୍ତି । ସେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ନିଜ ଟ୍ବିଟର ଆକାଉଣ୍ଡରେ ଏହି ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି ।
ମାସ୍କ ତିଆରୀ କଲେ ସ୍ମୃତି ଇରାନୀ
ଅଭିନେତ୍ରୀ ତଥା ସାଂସଦ ସ୍ମୃତି ଇରାନୀ ନିଜେ ଘରେ ବସି ମାସ୍କ ତିଆରି କରିଛନ୍ତି । ଲୋକମାନଙ୍କୁ ସଚେତନ କରାଇବା ପାଇଁ ସେ ନିଜ ଟ୍ବିଟର ଆକାଉଣ୍ଡରେ ଏହି ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି ।
ମାସ୍କ ତିଆରୀ କଲେ ସ୍ମୃତି ଇରାନୀ
ସ୍ମୃତି ଇରାନୀ ଉକ୍ତ ଫଟୋଗୁଡ଼ିକର କୋଲାଜ କରି ସେୟାର କରିଛନ୍ତି। ଯେଉଁଥିରେ ଆପଣ ତାଙ୍କୁ ଛୁଞ୍ଚି ସୂତାରେ ସେ ମାସ୍କକୁ ସିଲେଇ କରୁଥିବା ଦେଖିପାରିବେ । ଏଥିସହ ସେ ଲେଖିଛନ୍ତି, ଘରେ ଏକ ଛୁଞ୍ଚି ସୂତା ମାଧ୍ୟମରେ ପୁନଃବ୍ୟହାରଯୋଗ୍ୟ ମାସ୍କ ତିଆରି କରାଯାଇପାରିବ। ଏଥିସହ ସେ ଘରେ ତିଆରି ମାସ୍କର ବ୍ୟବହାର ପାଇଁ ଏକ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି | ସ୍ମୃତି ଇରାନୀ ଏହି ଫଟୋ ସେୟାର କରିବା ପରେ ତାଙ୍କୁ ବହୁତ ପ୍ରଶଂସା ମିଳୁଛି । ଏଥିସହ ଟ୍ବିଟର ୟୁଜର ଏଥିରେ ବହୁତ ଖୁସି ଅଛନ୍ତି।