ଓଡିଶା

odisha

ETV Bharat / bharat

କୋରୋନା ମୁକାବିଲା: ସପ୍ତାହରେ ହେବ 700 ଶଯ୍ୟା ବିଶିଷ୍ଟ କ୍ବାରେଣ୍ଟାଇନ - coronavirus

ଗୋଟିଏ ସପ୍ତାହରେ ହେବ 7 ଶହ ଶଯ୍ୟା ବିଶିଷ୍ଟ କ୍ବାରେଣ୍ଟାଇନ । ଆସାମ ସରକାରଙ୍କ ବଡ ନିଷ୍ପତ୍ତି । ନିର୍ମାଣ ହେବ ବିଶାଲ କ୍ବାରେଣ୍ଟାଇନ । ଅଧିକ ପଢନ୍ତୁ..

quarantine facility in assam within a week
ସପ୍ତାହରେ ହେବ 7 ଶହ ଶଯ୍ୟା ବିଶିଷ୍ଟ କ୍ବାରେଣ୍ଟାଇନ

By

Published : Mar 26, 2020, 7:40 PM IST

ଗୌହାଟୀ: କୋରୋନା ମୁକାବିଲା ପାଇଁ ଲକ ଡାଉନ କରାଯାଇଛି ସାରା ଦେଶ । ଉଭୟ ରୋଗୀ ଏବଂ ସନ୍ଦିଗ୍ଧଙ୍କୁ ରଖିବା ପାଇଁ ଆସାମ ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ । ସାତ ଦିନରେ ଆସାମରେ ଏକ ବିଶାଳ କ୍ବାରେଣ୍ଟାଇନ ହଲ ନିର୍ମାଣ କରାଯିବା ନେଇ ନେଇଛନ୍ତି ନିଷ୍ପତ୍ତି । ଏନେଇ ମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସୂଚନା ଦେଇଛନ୍ତି।

ସପ୍ତାହରେ ହେବ 7 ଶହ ଶଯ୍ୟା ବିଶିଷ୍ଟ କ୍ବାରେଣ୍ଟାଇନ

ଏହି ଅର୍ଦ୍ଧ ନିର୍ମିତ ଏହି କ୍ବାରେଣ୍ଟାଇନ ହଲର ଫଟୋକୁ ହିମନ୍ତ ନିଜ ଟ୍ବିଟରରେ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଗୌହାଟୀରେ ଥିବା ସରୁସୋଜାଇ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ବିଶାଳ କ୍ବାରେଣ୍ଟାଇନ କେନ୍ଦ୍ର ନିର୍ମାଣ କରାଯାଉଥିବା ନେଇ ସେ ପୋଷ୍ଟରେ ଲେଖିଛନ୍ତି । ଏଥିରେ ରୋଗୀଙ୍କ ରହିବା ପାଇଁ ଶଯ୍ୟା, ସ୍ବତନ୍ତ୍ର ବାଥରୁମ ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିବ। ପ୍ରାୟ 7 ଶହ ଲୋକ ରହିବାର ବ୍ୟବସ୍ଥା ରହିଛି ।

ବର୍ତ୍ତମାନ ସୁଦ୍ଧା ଉତ୍ତର-ପୂର୍ବ ଭାରତରେ ମୋଟ 2 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜଣେ ମଣିପୁରର ହୋଇଥିବା ବେଳେ ଆଉ ଜଣେ ମିଜୋରାମର। ବର୍ତ୍ତମାନ ସୁଦ୍ଧା ଆସାମରେ କୌଣସି ରୋଗୀଙ୍କ ଚିହ୍ନଟ ହୋଇନାହିଁ । ପ୍ରଥମେ ଜଣେ 5 ବର୍ଷର ଶିଶୁର ରକ୍ତ ନମୁନା ପରୀକ୍ଷା ପରେ ପଜିଟିଭ ଆସିଥିଲେ, କିନ୍ତୁ ପୁଣିଥରେ ପରୀକ୍ଷା ପରେ ନେଗେଟିଭ ଥିବା ଜଣାପଡିଥିଲା ।

ABOUT THE AUTHOR

...view details