ରାଞ୍ଚି:ଆତ୍ମହତ୍ୟା କଲେ କୋରୋନା ଆକ୍ରାନ୍ତ । ଏଭଳି ଏଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଞ୍ଚି ହସପିଟାଲରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ,ଝାଡଖଣ୍ତ ଗଓ୍ବା ଜିଲ୍ଲାର ଉମେଶ କୁମାର କୋରୋନାରେ ସଂକ୍ରମିତ ହୋଇ ରାଞ୍ଚିର ରାଜେନ୍ଦ୍ର ଇଷ୍ଟିଚ୍ୟୁଟ ଅପ ମେଡିକାଲ ସାଇନ୍ସ(ଆରଆଇଏମଏସ )ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପାଇଁ ସେ ଅଗଷ୍ଟ 4ରେ ମେଡିକାଲରେ ଭର୍ତ୍ତି ହୋଇଥିଲେ ।
ମେଡିକାଲରେ ଆତ୍ମହତ୍ୟା କଲେ କୋରୋନା ଆକ୍ରାନ୍ତ - ମେଡିକାଲରେ ଆତ୍ମହତ୍ୟା କଲେ କୋରୋନା ଆକ୍ରାନ୍ତ
ମେଡିକାଲରେ ଆତ୍ମହତ୍ୟା କଲେ କୋରୋନା ଆକ୍ରାନ୍ତ । ଚିକିତ୍ସା ପାଇଁ ଅଗଷ୍ଟ 4ରେ ମେଡିକାଲରେ ହୋଇଥିଲେ ଭର୍ତ୍ତି । ସେପଟେ ପୋଲିସ ଛାନଭିନ ଆରମ୍ଭ କରିଛି । ଅଧିକ ପଢନ୍ତୁ....
ମେଡିକାଲରେ ଆତ୍ମହତ୍ୟା କଲେ କୋରୋନା ଆକ୍ରାନ୍ତ
କିନ୍ତୁ ଗତ କିଛି ଦିନ ହେବ ସେ ମାନସିକ ଚାପରେ ରହୁଥିଲେ । ଏପରିକି ଅନ୍ୟ ରୋଗୀଙ୍କ ସହିତ କଥାବାର୍ତ୍ତା ମଧ୍ୟ କରୁ ନଥିଲେ ବୋଲି ଜଣାପଡିଛି । କୋଭିଡ ଓ୍ବାର୍ଡରେ ଥିବା ସମସ୍ତ ରୋଗୀ ଶୋଇ ଯାଇଥିବା ବେଳେ ସେ ବାହାରକୁ ଯାଇ ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ,ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଲକଡାଉନ ପରଠାରୁ ପ୍ରତ୍ୟକ ଦିନ 4 ରୁ 5 ଜଣ ଆତ୍ମହତ୍ୟା କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
@IANS