ମୁମ୍ବାଇ: ଦିନକୁ ଦିନ ବଢିଚାଲିଛି କୋରୋନା ସଂକ୍ରମଣ ସଂଖ୍ୟା । ମହାରାଷ୍ଟ୍ରକୁ ଏହି ମହାମାରୀ ସମ୍ପୂର୍ଣ୍ଣ କବଳିତ କରିନେଇଥିବା ବେଳେ ଏଠଆରେ ଦିନକୁ ଦିନ ସ୍ଥିତି ଉତ୍କଟ ରୂପ ନେଉଛି । ରାଜ୍ୟରେ ପୁଣି ଜଣେ କ୍ୟାବିନେଟ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ମନ୍ତ୍ରୀଙ୍କ ସ୍ବାବ ନମୂନା ପଜିଟିଭ ଆସିବା ପରେ ତାଙ୍କୁ ଏଠାରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାପୂର୍ବରୁ ମହାରାଷ୍ଟ୍ର କ୍ୟାବିନେଟର ମନ୍ତ୍ରୀ ତଥା ଏନସିପି ନେତା ଜିତେନ୍ଦ୍ର ଆହ୍ବାଦ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।
ମନ୍ତ୍ରୀ କିଛି ଦିନ ପୂର୍ବରୁ ଭାଇରସ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ହ୍ପଟାଲରେ ଭର୍ତ୍ତି କରାଯାଇଛି । ଗତ ସପ୍ତାହରେ ସେ ନିଜ ଘରକୁ ଫେରିବା ପୂର୍ବରୁ ମୁମ୍ବାଇରେ ବିଭିନ୍ନ ବୈଠକରେ ଯୋଗ ଦେଇଥିଲେ । ତେବେ ମଧୁମେହ ଓ ରୁଟିନ ଚେକଅପ ପାଇଁ ସୋମବାର ମନ୍ତ୍ରୀ ଆମ୍ବୁଲାନ୍ସରେ ନିଜ ସହର ଛାଡି ମୁମ୍ବାଇରେ ଅବସ୍ଥିତ ହସ୍ପିଟାଲରେ ରେ ବ୍ରେଚ୍ କ୍ୟାଣ୍ଡି ହସ୍ପିଟାଲ ଯାଇଥିଲେ ।