ଓଡିଶା

odisha

ETV Bharat / bharat

କୋରୋନା ଭାଇରସ: ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦି - ପ୍ରଧାନମନ୍ତ୍ରୀ ମୋଦି

ଦେଶରେ କୋରୋନାର ସ୍ଥିତି ଜାଣିବା ପାଇଁ ଶନିବାର ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

pm-holds-review-meeting
ସମୀକ୍ଷା ବୈଠକ

By

Published : Mar 7, 2020, 9:55 PM IST

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ କରୋନା ଭାଇରସ କାୟା ବିସ୍ତାର କରିଛି । ଏଥିରୁ କିପରି ମୁକୁଳିବେ ସେନେଇ ବିଭିନ୍ନ ଦେଶର ସରକାର ଉଦ୍ୟମ ଚଳାଇଛନ୍ତି । ଭାରତରେ ମଧ୍ୟ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ମୁକାବିଲା ପାଇଁ ଭାରତ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ଦେଶରେ କୋରୋନାର ସ୍ଥିତି ଜାଣିବା ପାଇଁ ଶନିବାର ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ବୈଠକରେ କେନ୍ଦ୍ରସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ କୋରୋନା ଭାଇରସର ମୁକାବିଲା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ବନ୍ଧରେ ମୋଦିଙ୍କୁ ଅବଗତ କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ମୋଦି ଆବଶ୍ୟକୀୟ ‘କ୍ୱାରେଣ୍ଟିନ୍‌ ସେଣ୍ଟର୍‌’ (ଭୂତାଣୁ ଆକ୍ରାନ୍ତଙ୍କୁ ପୃଥକ କରି ରଖିବା କେନ୍ଦ୍ର) ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ କରିବା ସହ ଗୁରୁତର ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ |

ଲୋକଙ୍କୁ ଯଥାସମ୍ଭବ ଜନସମାବେଶରୁ ଦୂରେଇ ରହିବାକୁ ପରାମର୍ଶ ଦେବା ସହ ଏହାର ମୁକାବିଲା କରିବା ପାଇଁ ସେମାନଙ୍କୁ କ'ଣ କରିବେ ଏବଂ କ'ଣ ନକରିବେ ସେନେଇ ସଚେତନ କରାଯିବା ଉଚିତ୍‌ ବୋଲି ମୋଦି କହିଥିଲେ ।

ତେବେ କୋରୋନାରେ ବିଶ୍ବରେ ମୃତ୍ୟୁ ସଂଖ୍ୟା 3200 ଡେଇଁଥିବା ବେଳେ ଭାରତରେ 34 ପଜିଟିଭ ଚିହ୍ନଟ ହୋଇସାରିଛି ।

@ANI

ABOUT THE AUTHOR

...view details