ଓଡିଶା

odisha

ETV Bharat / bharat

କୋରୋନା ଭୟ; 324 ଭାରତୀୟଙ୍କୁ ଧରି ଫେରିଲା ଏୟାର ଇଣ୍ଡିଆ ବିମାନ - କୋରୋନା ଭୟ

ସାରା ବିଶ୍ବକୁ ଘାରିଛି କୋରୋନା ଭୂତାଣୁ ଡର । ଦେଶର କୋଣ ଅନୁକୋଣରେ ଏହି ଭୂତାଣୁ ଏବେ ଆତଙ୍କ ଖେଳାଇଛି । ତେବେ ଉହାନ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ସେଠାରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଦାୟିତ୍ବ ନେଇଛି କେନ୍ଦ୍ର । ଅଧିକ ଖବର ପଢନ୍ତୁ...

କୋରୋନା ଭୟ; 324 ଭାରତୀୟଙ୍କୁ ଧରି ଫେରିଲା ଏୟାର ଇଣ୍ଡିଆ ବିମାନ
କୋରୋନା ଭୟ; 324 ଭାରତୀୟଙ୍କୁ ଧରି ଫେରିଲା ଏୟାର ଇଣ୍ଡିଆ ବିମାନ

By

Published : Feb 1, 2020, 3:38 AM IST

ନୂଆଦିଲ୍ଲୀ: ସାରା ବିଶ୍ବକୁ ଘାରିଛି କୋରୋନା ଭୂତାଣୁ ଡର । ଦେଶର କୋଣ ଅନୁକୋଣରେ ଏହି ଭୂତାଣୁ ଏବେ ଆତଙ୍କ ଖେଳାଇଛି । ଚୀନରୁ ଉତ୍ପତି ହୋଇଥିବା ଏହି ମାରାତ୍ମକ ରୋଗର ନିରାକରଣ ବାହାରିପାରିନଥିବା ବେଳେ ପ୍ରତିଘଣ୍ଟାରେ ମୁଣ୍ଡ ନେଉଛି ଏହି କୋରୋନା । ତେବେ ଏହାକୁ ନେଇ ବିଶ୍ବ ସମୁଦାୟରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି ।

କୋରୋନା ଭୟ; 324 ଭାରତୀୟଙ୍କୁ ଧରି ଫେରିଲା ଏୟାର ଇଣ୍ଡିଆ ବିମାନ

ତେବେ ଉହାନ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ସେଠାରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ଦାୟିତ୍ବ ନେଇଛି କେନ୍ଦ୍ର । ନିର୍ଦ୍ଦେଶ ମୁତାବକ, 324 ଭାରତୀୟଙ୍କୁ ଉହାନ ସହରରୁ ଅଣାଯାଇଛି । ତେବେ ଏହି ମିଶନରେ ସାମିଲ ହୋଇଛି ଏୟାର ଇଣ୍ଡିଆର ଜୁମ୍ବୋ B747 ବିମାନ ।

ଶୁକ୍ରବାର ଉଡାଣ ଭରିଥିବା ଏହି ସ୍ବତନ୍ତ୍ର ବିମାନ ସେଠାରେ ପହଞ୍ଚିବା ପରେ ତନ୍ନ ତନ୍ନ କରି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଭାରତୀୟ ମାନଙ୍କୁ ବିମାନରେ ବସାଯାଇଛି । ତେବେ ଏହା ଶନିବାର ସକାଳ ସମୟ 7ଟାରେ ପହଞ୍ଚିବାର ଆଶା କରାଯାଉଛି ବୋଲି କହିଛନ୍ତି ଏୟାର ଇଣ୍ଡିଆ ମୁଖପାତ୍ର ।

ତେବେ ଏଥିରେ 5 ଜଣିଆ ଡାକ୍ତରୀ ଟିମ ମଧ୍ୟ ସାମିଲ ରହିଛନ୍ତି ଯେଉଁମାନେ ସମସ୍ତଙ୍କର ଭଲ ଭାବେ ସ୍ବାସ୍ଥ୍ୟ ପରୀକ୍ଷା ପରେ ବିମାନରେ ବସାଯାଇଛି । ତେବେ ଏବେ ସୁଦ୍ଧା ଏହି ଭୂତାଣୁରେ କୌଣସି ଭାରତୀୟଙ୍କ ମୃତ୍ୟୁ ହୋଇନଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details