ନୂଆଦିଲ୍ଲୀ: ଇଣ୍ଡିଆନ ମେଡିକାଲ କାଉନସିଲ (ଆଇଏମଏ) ଅନୁସାରେ ଦେଶରେ କୋରୋନା କାରଣରୁ ୧୯୬ ଜଣ ଡାକ୍ତର ପ୍ରାଣ ହରାଇଲେଣି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସାମାନ୍ୟ ଚିକିତ୍ସକ ବା ଜେନରାଲ ପ୍ରାକ୍ଟିସନର । ଆଇଏମଏ ଅନୁସାରେ କରୋନା କାରଣରୁ ପ୍ରାଣ ହରାଇଥିବା ୧୯୬ ଡାକ୍ତରଙ୍କ ମଧ୍ୟରୁ ୧୭୦ ଜଣଙ୍କ ବୟସ ୫୦ ବର୍ଷରୁ ଅଧିକ । ଅନ୍ୟପକ୍ଷରେ ପ୍ରତିଦିନ ସଂକ୍ରମିତ ହେଉଥିବା ଓ ଜୀବନ ହାରୁଥିବା ଡାକ୍ତରଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେହେତୁ ଥଣ୍ଡା ଜର ପାଇଁ ସାଧାରଣତଃ ଲୋକ ଜେନରାଲ ପ୍ରାକ୍ଟିସନରଙ୍କ ପାଖକୁ ଯାଇଥାନ୍ତି ତେଣୁ ସେମାନେ ପ୍ରଥମେ ସଂକ୍ରମିତ ହୋଇଥାନ୍ତି ।
କୋରୋନା ନେଲାଣି ୨ଶହ ଡାକ୍ତରଙ୍କ ଜୀବନ, ମୋଦିଙ୍କ ଦୃଷ୍ଟି ଆକର୍ଷଣ କଲା ଆଇଏମଏ - କୋରୋନା ନେଲାଣି ୨ଶହ ଡାକ୍ତରଙ୍କ ଜୀବନ
ଇଣ୍ଡିଆନ୍ ମେଡିକାଲ କାଉନସିଲ (ଆଇଏମଏ) ଅନୁସାରେ ଦେଶରେ କୋରୋନା କାରଣରୁ ୧୯୬ ଜଣ ଡାକ୍ତର ପ୍ରାଣ ହରାଇଲେଣି । ଡାକ୍ତର ଓ ତାଙ୍କ ପରିବାରର ଦେଖାଶୁଣା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରି ଆଇଏମଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖି ଅବଗତ କରାଇଛି । ଅଧିକ ପଢନ୍ତୁ...
![କୋରୋନା ନେଲାଣି ୨ଶହ ଡାକ୍ତରଙ୍କ ଜୀବନ, ମୋଦିଙ୍କ ଦୃଷ୍ଟି ଆକର୍ଷଣ କଲା ଆଇଏମଏ କୋରୋନା ନେଲାଣି ୨ଶହ ଡାକ୍ତରଙ୍କ ଜୀବନ, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ଆଇଏମଏ](https://etvbharatimages.akamaized.net/etvbharat/prod-images/768-512-03:56:29:1596968789-covid-patient-0908newsroom-1596968570-262.jpg)
ଆଇଏମଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ପତ୍ର ଲେଖି ଅବଗତ କରାଇଛି । ପତ୍ରରେ ଡାକ୍ତର ଓ ତାଙ୍କ ପରିବାରର ଦେଖାଶୁଣା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି । ସେମାନଙ୍କୁ ସରକାରୀ ଚିକିତ୍ସା ଓ ଜୀବନବୀମା ସୁବିଧା ମିଳୁ ବୋଲି ଆଇଏମଏର ଜାତୀୟ ସଭାପତି ରାଜନ ଶର୍ମା କହିଛନ୍ତି ।
କୋଭିଡ୍ କାରଣରୁ ଡାକ୍ତରଙ୍କ ମୃତ୍ୟୁ ହାର ବିପଜ୍ଜନକ ସ୍ତରକୁ ଛୁଇଁଲାଣି ବୋଲି ଆଇଏମଏ କହିଛି । ପତ୍ରରେ ସଂଗଠନ କହିଛି ଯେ,ଆଇଏମଏ ସାଢେ ତିନି ଲକ୍ଷରୁ ଅଧିକ ଡାକ୍ତରଙ୍କ ପ୍ରତିନିଧିତ୍ୱ କରେ । ଯେଉଁମାନେ ଆଖପାଖରେ ଶସ୍ତା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥାନ୍ତି । ଏହା ଉଲ୍ଲେଖ କରିବା ଉଚିତ ହେବ ଯେ, କୋଭିଡ୍ -୧୯ ସରକାରୀ ଓ ଘରୋଇ କ୍ଷେତ୍ର ମଧ୍ୟରେ ଅନ୍ତର ଦେଖିନଥାଏ । ଏହା ସମସ୍ତଙ୍କୁ ପ୍ରଭାବିତ କରିଥାଏ ।