ଓଡିଶା

odisha

ETV Bharat / bharat

ଚିକିତ୍ସା ଅବହେଳାରୁ ଚାଲିଗଲା କୋରୋନା ଯୋଦ୍ଧାଙ୍କ ଜୀବନ - କୋରୋନା ଯୋଦ୍ଧା

ପ୍ରଶାସନର ଅବହେଳା ନେଇ କିଛି କୋରୋନା ଯୋଦ୍ଧା ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ମୁମ୍ବାଇରେ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ 53 ବର୍ଷୀୟ ପୋଲିସ କନଷ୍ଟେବଳ ଦୀପକ ହାଟ କୋରୋନା ଆକ୍ରାନ୍ତରେ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଘରେ ପହଞ୍ଚିବାର 4 ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଛି ।

police constable corona death
ଚିକିତ୍ସା ଅବହେଳାରୁ ଚାଲିଗଲା କୋରୋନା ଯୋଦ୍ଧାଙ୍କ ଜୀବନ

By

Published : May 31, 2020, 12:34 PM IST

ମୁମ୍ବାଇ: କୋରୋନା ସଙ୍କଟ ସମୟରେ କୋରୋନା ଯୋଦ୍ଧା ନିଜ ଜୀବନକୁ ଖାତିର ନିଜ ଡ୍ୟୁଟି କରିଚାଲିଛନ୍ତି । ଏହା ମଧ୍ୟରେ କୋରୋନା ଏବେ ଫ୍ରଣ୍ଟଲାଇନ ଯୋଦ୍ଧାଙ୍କ ଉପରେ ନିଜ କାୟା ବିସ୍ତାର କରିଛି । କିନ୍ତୁ ପ୍ରଶାସନର ଅବହେଳା ନେଇ କିଛି କୋରୋନା ଯୋଦ୍ଧା ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ମୁମ୍ବାଇରେ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ 53 ବର୍ଷୀୟ ପୋଲିସ କନଷ୍ଟେବଳ ଦୀପକ ହାଟ କୋରୋନା ଆକ୍ରାନ୍ତରେ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଘରେ ପହଞ୍ଚିବାର 4 ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଛି ।

ଦୀପକ ହାଟେ ପରିବାରଙ୍କ କହିବା ଅନୁଯାୟୀ, ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ପୋଷ୍ଟ ହୋଇଥିବା ଦିପକ କୋରୋନା ଡ୍ୟୁଟି ସମୟରେ କୋରୋନା ଆକ୍ରାନ୍ତ ହୋଇଛିଲେ । ଗତ 18 ମେରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ୱର୍ଲିରଏନଏସସିଆଇରେ ଭର୍ତ୍ତି କରାଯାଇଥିଲା। ଗତ ମେ29 ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଡିସଚାର୍ଜ ହେବା ପରେ ଏକ ଆମ୍ବୁଲାନ୍ସ ତାଙ୍କୁ ଘରେ ଛାଡିବାକୁ ଆସିଥିଲା ।​​ କିନ୍ତୁ ୱର୍ଲି ଅଞ୍ଚଳ ସିଲ୍ ଥିବାରୁ ଆମ୍ବୁଲାନ୍ସ ତାଙ୍କ ଘରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଛାଡି ଦେଇଥିଲା। ଏହାପରେ ଦୀପକ ନିଜ ପୁଅକୁ କଲ କରି ବାଇକ ଯୋଗେ ନିଜ ଘରକୁ ଫେରିଥିଲେ ।

ଦୀପକ ଘରେ ପହଞ୍ଚିବା ପରେ ତାଙ୍କ ବିଲ୍ଡିଂ ଲୋକମାନେ ତାଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ । ମାତ୍ର ଚାରି ଘଣ୍ଟା ପରେ ଦିପକଙ୍କର ମୃତ୍ୟୁ ଘଟିଥିଲା । ଦୀପକଙ୍କ ପତ୍ନୀ ନାଳୀନୀଙ୍କ କହିବା ଅନୁଯାୟୀ, ଡାକ୍ତରଖାନାରୁ ଆସିବା ପରେ ଦିପକ ଥକି ଯାଇଥିଲେ । ଏହାପରେ ସେ ଗାଧୋଇ ଖାଇବା ଖାଇଥିଲେ । କିଛି ସମୟ ଆମେ କଥାବାର୍ତ୍ତା ହେବା ପରେ ତାଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥିଲା । ଏହାପରେ ଆମେ ଆମ୍ବୁଲାନ୍ସକୁ କଲ କରିଥିଲୁ । ମାତ୍ର ଆମ୍ବୁଲାନ୍ସ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା ।

ଦୀପକଙ୍କ ପରିବାର କହିଛନ୍ତି ଯେ, ନୂତନ ନିୟମ ଅନୁଯାୟୀ ଦୀପକଙ୍କୁ ଡିସଚାର୍ଜ ହେବା ପୂର୍ବରୁ ପରୀକ୍ଷା କରାଯାଇ ନଥିଲା। ସେମାନେ ତାଙ୍କର ସଠିକ୍ ଯାଞ୍ଚ କରାଯାଇ ନଥିଲା । ଏହିପରି ରୋଗୀଙ୍କର ପରୀକ୍ଷା ନକରି ଡିସଚାର୍ଜ କରିବା ଅତ୍ୟନ୍ତ ବିପଜ୍ଜନକ ଅଟେ।

ABOUT THE AUTHOR

...view details