ନୂଆଦିଲ୍ଲୀ: ସାରା ଦେଶରେ କୋରୋନ ପ୍ରକୋପ ଜାରି ରହିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ କୋରୋନା ସ୍ଥିତି ଚିନ୍ତାଜନକ ରହିଛି । ଏପରିସ୍ଥଳ ଦିଲ୍ଲୀର ସବୁଠାରୁ ବଡ କୋରୋନା ହସ୍ପିଟାଲ୍ ଲୋକନାକ ଜୟପ୍ରକାଶ ହସ୍ପିଟାଲର ଡାଇରେକ୍ଟର ଡା. ଜେସି ପାସିଙ୍କୁ ନିଜ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଡା. ସୁରେଶ କୁମାରଙ୍କୁ ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାର ଡାକ୍ତରୀ ନିର୍ଦ୍ଦେଶକ କରାଯାଇଛି ।
କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଏହା ଏକ ନିୟମ ଯେ 62 ବର୍ଷ ବୟସରୁ ଅଧିକ ବ୍ୟକ୍ତି କୌଣସି ପ୍ରଶାସନିକ ପଦବୀରେ ରହିପାରିବେ ନାହିଁ, ତେଣୁ ଡକ୍ଟର ଜେସି ପାସିଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଡକ୍ଟର ଜେସି ପାସି 65 ବର୍ଷ ବୟସରେ ଅବସର ନେବାକୁ ଥିବାବେଳେ ପାସି ବର୍ତ୍ତମାନ 64 ବର୍ଷ ବୟସରେ ପଦାର୍ପଣ କରିଛନ୍ତି ।