ସାରାବିଶ୍ବରେ ଲାଗିରହିଛି କୋରୋନା ପ୍ରକୋପ। ଏହି ମହାମାରୀରେ ଧରାଶାୟୀ ହୋଇଗଲାଣି ଅର୍ଥନୈତିକ ପୃଷ୍ଟଭୂମି। ଯାହାର ଝଲକ ଧୀରେ ଧୀରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଦେଖିବାକୁ ମିଳିଲାଣି। ଉପାୟ ନପାଇଁ କମ୍ପାନୀରେ କାର୍ଯ୍ୟରତ ଅନେକ କର୍ମଚାରୀଙ୍କ ପେଟକୁ ଲାତ ମାରି ଚାକିରୀରୁ ବାହାର କରିବାକୁ ବାଧ୍ୟ ହେଉଛନ୍ତି କମ୍ପାନୀ କତ୍ତୃପକ୍ଷ।
ଯଦି ଆପଣଙ୍କ ସହ ଏହି ମହାମାରୀରେ ଏପରି କିଛି ଅସୁବିଧା ହୋଇଛି ତେବେ ଚିନ୍ତା କରନ୍ତୁ ନାହିଁ। ଏହି ପରିସ୍ଥିତିରୁ ମଧ୍ୟ ଖୁବ୍ ସରଳ ଭାବେ ବାହାରି ହେବ। ବର୍ତ୍ତମାନ ଅଭିଜ୍ଞତା ବୃଦ୍ଧି କରିଵାରେ ସମୟ ଦିଅନ୍ତୁ। ଲକ୍-ଡାଉନ୍ ସମୟରେ ଆଦୌ ସମୟକୁ ନଷ୍ଟ କରନ୍ତୁ ନାହିଁ। ଆର୍ଥିକ ସମସ୍ୟା ଥିଲେ ମଧ୍ୟ ବିଚଳିତ ନହୋଇ ପରିସ୍ଥିତିକୁ ସାମ୍ନା କରନ୍ତୁ। ଏହାସହ ନୂଆ ଚାକିରୀ ଖୋଜୁଥିଲେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହା ଆପଣଙ୍କୁ ଚାକିରୀ ଖୋଜିବାରେ ସାହାଯ୍ୟ କରିବ।
*ଧୈର୍ଯ୍ୟବାନ ହେବା ଜରୁରୀ
ଚାକିରି ସାକ୍ଷାତକାର ଦେବା ପରେ, ଏହାର ରେଜଲ୍ଟ ତଥା ପରିଣାମ ଜାଣିବାକୁ ଆଗ୍ରହ ବଢିବା ସ୍ଵଭାବିକ। ଏଥି ସହିତ, ଅର୍ଥନୈତିକ ସଙ୍କଟ ସମୟରେ ଏହା ଖରାପ ପ୍ରଭାବ ପକାଇ ପାରେ। ଏପରି ପରିସ୍ଥିତିରେ ତୁମେ ଧୌର୍ଯ୍ୟବାନ ହେବା ଆବଶ୍ୟକ। ଏହି ମହାମାରୀ ସଙ୍କଟରୁ ବାହାରିବା ପରେ ସେମାନଙ୍କ ବ୍ୟବସାୟ ଚାଲିବ କି ନାହିଁ ଅନେକ କମ୍ପାନୀ ଏପର୍ଯ୍ୟନ୍ତ ନିଶ୍ଚିତ ନୁହଁନ୍ତି। ତେଣୁ କମ୍ପାନୀ ଖୋଲିବା ପରେ କିଛି ସମୟ ନେଇପାରେ।
*ନେଟୱାର୍କ ସହିତ ସଂଯୁକ୍ତ ରୁହନ୍ତୁ