ନୂଆଦିଲ୍ଲୀ: ଆଜି ଲକଡାଉନ 4.0ର ପ୍ରଥମ ଦିନ । ମାତ୍ର ପୂର୍ବ ଲକଡାଉନ ପରି ଏହି ଲକଡାଉନରେ ମଧ୍ୟ ସମାନ ପ୍ରତିବନ୍ଧକ ଜାରି ରହିବ । କିନ୍ତୁ ଦୋକାନଗୁଡିକୁ ସାମାନ୍ୟ ଛାଡ ଦିଆଯାଇଛି । ତେବେ ରାଜ୍ୟମାନଙ୍କୁ ଅଧିକାର ଦିଆଯାଇଛି ଯେ ସେମାନେ କଣ୍ଟେନମେଣ୍ଟ ଜୋନ୍ ବାହାରେ କେଉଁ ଦୋକାନ ଖୋଲିବେ ଏବଂ କେଉଁ ଦୋକାନ ବନ୍ଦ ରଖିବେ ତାହା ସ୍ଥିର କରିବେ ।
ଲକଡାଉନ୍ 4.0ରେ ବହୁ ଦୋକାନ ଖୋଲିବାକୁ ଥିବାବେଳେ ପାନ, ବିଡି ଏବଂ ସିଗାରେଟ୍ ଦୋକାନ ମଧ୍ୟ ଖୋଲିବ । କିନ୍ତୁ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କରିବାକୁ ଅନୁମତି ଦିଆଯିବ ନାହିଁ । ଦୋକାନ ଗୁଡିକରେ ସାମାଜିକ ଦୂରତା ପାଳନ କରାଯିବ ଏବଂ ଦୋକାନରେ ଗୋଟିଏ ସମୟରେ 5 ରୁ ଅଧିକ ଲୋକ ରହିବେ ନାହିଁ ।