ହାଇଦ୍ରାବାଦ: କରୋନାଭାଇରସ ବା COVID-19 ମହାମାରୀ ହେଉଛି ବର୍ତ୍ତମାନ ସମୟର ସବୁଠାରୁ ବଡ ବୈଶ୍ବିକ ସଙ୍କଟ ଏବଂ ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ବିଶ୍ବ ସାମ୍ନା କରିଥିବା ସବୁଠୁ ବଡ ଚ୍ୟାଲେଞ୍ଜ।
ସାଂପ୍ରତିକ ଦଶନ୍ଧିରେ ବିଶ୍ବରେ ଅନେକ ଜୁନୋଟିକ ରୋଗ ଦେଖାଦେଇଛି ଯାହା ପଶୁଙ୍କଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ । ଯଥା: ଇବୋଲା, ବାର୍ଡ ଫ୍ଲୁ, ସ୍ବାଇନ୍ ଫ୍ଲୁ, ମିଡିଲ ଇଷ୍ଟ ରେସ୍ପିରୋଟୋରି ସିଣ୍ଡ୍ରୋମ (MERS), ରିଫ୍ଟ ଭ୍ୟାଲି ଜ୍ବର, ସଡନ ଏକ୍ୟୁଟ ରେସ୍ପେରୋଟାରୀ ସିଣ୍ଡ୍ରୋମ (SARS), ୱେଷ୍ଟ ନାଇଲ ଭାଇରସ, ଜିକା ଭାଇରସ - ଏବଂ ବର୍ତ୍ତମାନ ନୋଭେଲ କରୋନା ଭାଇରସ ବା COVID-19 ଭଳି ରୋଗରେ ଆକ୍ରାନ୍ତ । ଲକ୍ଷ ଲକ୍ଷ ମୃତ୍ୟୁ ଏବଂ କୋଟି କୋଟି ଅର୍ଥିକ କ୍ଷତି ସହ ଏହା ଏକ ମରାତ୍ମକ ମହାମାରୀ ରୂପରେ ଉଭା ହେବାର ଆଶଙ୍କା ସୃଷ୍ଟି ହୋଇଛି।
ନୋଭେଲ କରୋନା ଭାଇରସ ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଛି ଏବଂ ଏହା ସ୍ପଷ୍ଟ ଯେ COVID-19 ଶେଷ ମହାମାରୀ ହେବ ନାହିଁ। କିନ୍ତୁ ଏହା ସ୍ପଷ୍ଟ ଯେ COVID-19 ସ୍ବାସ୍ଥ୍ୟ ସଙ୍କଟଠାରୁ ବହୁତ ଅଧିକ । ଏହାର ପ୍ରଭାବ ପଡିଥିବା ପ୍ରତ୍ୟେକ ଦେଶ ଚାପଗ୍ରସ୍ତ ଥିବା ବେଳେ ଏହା ଆର୍ଥିକ, ସାମାଜିକ ଓ ରାଜନୈତିକ ସଙ୍କଟ ସୃ୍ଷ୍ଟି କରିବାର ସାମର୍ଥ୍ୟ ରଖେ ଯାହା ଅନେକ ବର୍ଷ ଯାଏଁ ଏହାର ଗଭୀର ଦାଗ ଛାଡିଯିବ ।
ଗୋଟିଏ ଦେଶରେ ଉତ୍ପନ୍ନ ହେଉଥିବା ରୋଗ, ଅନ୍ୟ ଦେଶମାନଙ୍କ ମଧ୍ୟରେ ଥିବା ଦୂରତାକୁ ଖାତିର ନକରି ଅନାୟାସରେ ସବୁ ସ୍ଥାନକୁ ବ୍ୟାପିପାରେ । COVID-19ର ଦ୍ରୁତ ବିସ୍ତାରରେ ଏହା ବିଶେଷ ଦୃଶ୍ୟମାନ ହୁଏ, ଯାହା ପ୍ରଥମ ମାମଲା ରିପୋର୍ଟ ହେବାର ତିନିମାସ ମଧ୍ୟରେ ବିଶ୍ବର ପ୍ରାୟ ସମସ୍ତ ଦେଶକୁ ପ୍ରଭାବିତ କରିଥିଲା ।
ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (United Nations Environment Programme (UNEP)) 2016 ରେ ସୂଚାଇ ଦେଇଛି ଯେ ମଣିଷଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମସ୍ତ ସଂକ୍ରାମକ ରୋଗର 60% ଜୁନୋଟିକ ଏବଂ ଏହି ଜୁନୋଟିକ ରୋଗଗୁଡିକ ଇକୋସିଷ୍ଟମର ସ୍ବାସ୍ଥ୍ୟ ସହିତ ନିବିଡ ଭାବରେ ଜଡିତ।
ଆମେ ଅବିଭାଜିତ ଅଞ୍ଚଳରେ ଅଛୁ । ଆମର ଅନେକ ସମ୍ପ୍ରଦାୟ ବର୍ତ୍ତମାନ ଅଜ୍ଞାତ ଅଟନ୍ତି । ଲୋକମାନେ ନିଜ ଇଚ୍ଛାରେ କିମ୍ବା ସରକାରୀ ଆଦେଶ ଅନୁଯାୟୀ ଘର ଭିତରେ ରହିଥିବାରୁ ଦୁନିଆର ଅନେକ ବଡ ବଡ ସହର ଏବେ ଏକ ପ୍ରକାର ନିଶବ୍ଦ ହୋଇ ଯାଇଛି । ସମଗ୍ର ବିଶ୍ବରେ ଦୋକାନ, ପ୍ରେକ୍ଷାଳୟ, ରେଷ୍ଟୁରାଣ୍ଟ ଏବଂ ବାର ବନ୍ଦ ହେଉଛି । ପ୍ରତିଦିନ ଲୋକମାନେ ଚାକିରି ଏବଂ ଆୟ ହରାଉଛନ୍ତି । କିନ୍ତୁ ପୂର୍ବାବସ୍ଥା କେବେ ଫେରିବ ତାହା ଜାଣିବାର କୌଣସି ଉପାୟ ନାହିଁ । ପର୍ଯ୍ୟଟନ ଉପରେ ଅଧିକ ନିର୍ଭରଶୀଳ ଛୋଟ ଦ୍ବୀପପୁଞ୍ଜ ଦେଶଗୁଡ଼ିକରେ ବାସ ରହିଯାଇଛି ଖାଲି ହୋଟେଲ ଏବଂ ନିର୍ଜନ ବେଳାଭୂମି । ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଆକଳନ କରିଛି ଯେ 25 ନିୟୁତ ଚାକିରୀ ୟାରି ଭିତରେ ଲୋକେ ହରାଇ ପାରନ୍ତି ।