ନୂଆଦିଲ୍ଲୀ: ଦେଶରେ କୋଭିଡ ମାମଲା 3 ଲକ୍ଷ 43 ହଜାର ପାର କରିଛି । ଗତ 24 ଘଣ୍ଟା ମଧ୍ୟରେ ମଙ୍ଗଳବାର 10 ହଜାର ମାମଲା ରେକର୍ଡ କରିଛି । ପୁଣି 380 ଜଣଙ୍କ ଜୀବନ ଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଦେଶରେ ସୁସ୍ଥ ହାର 52.47କୁ ବୃଦ୍ଧି ହେବା ସହ 24 ଘଣ୍ଟା ମଧ୍ୟରେ 10 ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ଚିହ୍ନଟ ପାଇଁ ଅଧିକରୁ ଅଧିକ ଟେଷ୍ଟିଂର ଆବଶ୍ୟକତା ରଖୁଥିବାରୁ ଦେଶରେ 3 ଲକ୍ଷ ଟେଷ୍ଟିଂ କରିବାର କ୍ଷମତାକୁ ବୃଦ୍ଧି କରାଯାଇଛି । ଅର୍ଥାତ ଦେଶରେ ଏବେ ଦିନକୁ 3 ଲକ୍ଷ ଟେଷ୍ଟିଂ କରିପାରବ ।
ଦେଶରେ ବଢିଲା ଟେଷ୍ଟିଂ କ୍ଷମତା, ଦିନକୁ କରାଯିବ 3 ଲକ୍ଷ ପରୀକ୍ଷଣ - testing capacity increased to three lakh
ଭାରତରେ ବଢୁଥିବା ସଂକ୍ରମଣକୁ ଦେଖି ଟେଷ୍ଟିଂ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ଅଧିକ ପଢନ୍ତୁ...
ଆଇଏମସିଆର ଅନୁସାରେ, କୋଭିଡ ପାଇଁ 59 ଲକ୍ଷ 21 ହଜାର 69 ନମୂନା ପରୀକ୍ଷଣ କରାଯାଇଛି । ସୋମବାର ଗୋଟିଏ ଦିନରେ 1ଲକ୍ଷ 54 ହଜାର 935 ଟେଷ୍ଟିଂ କରାଯାଇଛି । ମନ୍ତ୍ରଣାଳୟ ଆହୁରି କହିଛନ୍ତି , ଦିଲ୍ଲୀରେ ଟେଷ୍ଟିଂ ବୃଦ୍ଧି କରିବାକୁ 11 ଟି ଜିଲ୍ଲାରେ କେବଳ ସମ୍ପୃକ୍ତ ଜିଲ୍ଲାର ନମୁନା ପରୀକ୍ଷା ପାଇଁ ଏକ ନିର୍ଦ୍ଦିଷ୍ଟ ଲାବୋରେଟୋରୀ ରହିବ। ଦିଲ୍ଲୀର ବର୍ତ୍ତମାନ 42 ଟି ଲାବୋରେଟୋରୀ ଅଛି ଯାହାର ପରୀକ୍ଷା କ୍ଷମତା ପ୍ରାୟ 17,000 ।
ବର୍ତ୍ତମାନ ଦେଶରେ 907 ଟି ଲାବୋରେଟୋରୀର ଏକ ନେଟୱାର୍କ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ 659 ଟି ସରକାରୀ କ୍ଷେତ୍ରରେ ଏବଂ 248 ଟି ଘରୋଇ କ୍ଷେତ୍ରର ।